ରାୟଗଡ଼ା ଭିଡ଼ ହିଂସା ଘଟଣା: ସ୍ୱତଃପ୍ରବୃତ୍ତ ମାମଲା ନେଲେ ଜାତୀୟ ମହିଳା ଆୟୋଗ, ୭ ଦିନ ମଧ୍ୟରେ ରିପୋର୍ଟ ତଲବ
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହି…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଅଞ୍ଚଳରେ ଜଣେ ୨୨ ବର୍ଷୀୟା ମହି…
ଭୁବନେଶ୍ଵର : ରାଜ୍ୟରେ ସରକାରୀ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଇଞ୍ଜିନିୟରଙ୍କ ପାଇଁ ସରକାରଙ୍କ ପ…
ଭୁବନେଶ୍ୱର, ୨୨/୦୬/୨୦୨୬: ଗତ ଶନିବାର ଦିନ ଗୋଳନ୍ଥରାରେ ଏକ ଘରୋଇ କଲେଜରେ ଜଣେ ନିରୀହ ଛାତ୍ରୀଙ୍କ ସ…
ଭଉଣୀର କଙ୍କାଳ ବୋହିବା ଘଟଣାରେ ଜିତୁ ମୁଣ୍ଡାଙ୍କୁ ଶେଷରେ ମିଳିଲା ନ୍ୟାୟ। ନବୀନଙ୍କ ଅଭିଯୋଗ ପରେ କେନ୍ଦ୍ର କଡା କାର୍ଯ୍ୟାନୁଷ୍ଠାନ ନେଇଛି । କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କ୍ଲେମରେ ଅବହେଳା ପାଇଁ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ମ୍ୟାନେଜର ନିଲମ୍ବିତ କରାଯାଇଛି ।
ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଟ୍ରାଜେଡିରେ ୭ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଓଡ଼ିଶାରୁ ୪ଜଣ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତ୍ୟେକ ମୃତ ଶ୍ରମିକଙ୍କ ପରିବାରକୁ ସିଏମଆରଏଫରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି।
ବହୁଚର୍ଚ୍ଚିତ ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ OAS ଭୀମସେନ ଟୁଡୁଙ୍କୁ ରିମାଣ୍ଡରେ ନେଲା ପୁଲିସ। ସୋମବାର OAS ଭୀମସେନ ଟୁଡୁଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି JMFC-2 କୋର୍ଟ ।
କେନ୍ଦ୍ର ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର ୧୦ ବିଦ୍ୟାଳୟ ମନୋନୀତ ହୋଇଛି। ଓଡିଶାର ୧୦ ବିଦ୍ୟାଳୟକୁ ମିଳିଲା ଜାତୀୟ ମାନ୍ୟତା। ଭାରତ ସରକାରଙ୍କ ସ୍ବଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR)୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧୀନରେ ଥିବା ୧୦ ବିଦ୍ୟାଳୟକୁ ଚୟନ କରାଯାଇଛି।
ପଶ୍ଚିମବଙ୍ଗରେ ବିଜେପିର ବିପୁଳ ବିଜୟ ପରେ ଆଜି ବିଜେପି ସରକାରର ପ୍ରଥମ ବଜେଟ ଉପସ୍ଥାପନ ହୋଇଛି। ୨୦୨୬-୨୭ ବର୍ଷ ପାଇଁ ଶୁଭେନ୍ଦୁଙ୍କ ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି।
କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ଆଚରଣ ନେଇ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନାର ପୂର୍ବତନ IICଙ୍କୁ ସସପେଣ୍ଡ କରିଛନ୍ତି ପୋଲିସ ଡିଜି। ନିଲମ୍ବିତ ଆଇଆଇସି ହେଲେ ସୁଜିତ କୁମାର ଦାସ।
ସୋମବାର ଲକ୍ଷ୍ନୌର ଅଲିଗଞ୍ଜ ସ୍ଥିତ ପୂର୍ଣ୍ଣିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟର କମ୍୍ ଗେମିଂ ଜୋନ୍୍ରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ହୋଇଛି। ଭୟରେ ପିଲାମାନେ ଛାତରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ୮ଟି ଗାଡ଼ି ଘଟଣାସ୍ଥଳ ନିୟୋଜିତ ହୋଇଛି।
ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣାରେ କଂଗ୍ରେସ ଓ ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସେହିପରି କଂଗ୍ରେସ ମଧ୍ୟ ୩ ବିଧାୟକଙ୍କ ବିରୋଧରେ ଅଭିଯୋଗ ଆଣିଥିଲା।
ରାୟଗଡା କଲ୍ୟାଣସିଂହପୁରରେ ପିଲା ଚୋରି ଗୁଜବ ଯୋଗୁ ଘଟିଥିବା ଭିଡ଼ ହିଂସା ମାମଲା ଏବେ ରାଜ୍ୟ ଓ ଜାତୀୟ ଗଣମାଧ୍ୟମର ଶିରୋନାମାରେ ରହିଛି। ଏନେଇ ପ୍ରତିକ୍ରିୟା ଦେଇ ଦୋଷୀକୁ କଠୋର ଦଣ୍ଡ ଦିଆଯିବ ବୋଲି ସିଏଡବ୍ଲ୍ୟୁ ଏଡିଜି ଏସ୍ ସାଇନି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ବହୁତ ଦୁଃଖଦ ଘଟଣା ଘଟିଛି। ଦୋଷୀକୁ ଦଣ୍ଡ ଦେବା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ।
ସମ୍ବଲପୁର ସହରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ପ୍ରବାସୀ ଶ୍ରମିକଙ୍କୁ ନିର୍ଧୂମ ମାଡ଼ ମାରିଥିବାବେଳେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ରବିବାର ସ୍ଥାନୀୟ ବଡ଼ବଜାର ଅଞ୍ଚଳରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ।
ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି। କଳା, ବିଜ୍ଞାନ ଓ ବାଣିଜ୍ୟରେ ପ୍ରଥମେ ରହିଛି ରେଭେନ୍ସା ବିଶ୍ଵବିଦ୍ୟାଳୟ। କଳା (ରାଜନୀତି ବିଜ୍ଞାନ)ରେ ୯୪.୫୦%, ବିଜ୍ଞାନ (ପଦାର୍ଥ ବିଜ୍ଞାନ)ରେ ୯୬.୫୦%, ବାୟୋଲୋଜିରେ ୯୪.୮୩% କଟ ଅଫ୍ ଯାଇଛି।
ମଧ୍ୟପ୍ରାଚ୍ୟରେ ଶାନ୍ତି ପୁନଃସ୍ଥାପନ ପାଇଁ ସହମତି ହୋଇପାରୁନି। ଏନେଇ ସ୍ୱିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନର ଆଲୋଚନାକାରୀ ଅଧିକାରୀମାନେ ସୋମବାର ସକାଳ ପର୍ଯ୍ୟନ୍ତ ଆଲୋଚନା ଜାରି ରଖିଥିଲେ। କିନ୍ତୁ କୌଣସି ସମାଧାନର ବାଟ ବାହାରି ପାରିନାହିଁ। ମଧ୍ୟପ୍ରାଚ୍ୟକୁ ଅସ୍ଥିର କରୁଥିବା ଏବଂ ବିଶ୍ୱ ଶକ୍ତି ବଜାର ସଙ୍କଟ ସୃଷ୍ଟି କରିଥିବା
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ହୋଇଥିଲା ଜୋ…
ବିଧାନସଭା ଷ୍ଟାଣ୍ଡିଂ କମିଟି ଗଠନ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ବିଜେଡିର ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଗଣେଶ୍ୱର ବେହେରା ଓ କଂଗ୍ରେସର ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ଏ ନେଇ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବ୍ରହ୍ମପୁର ସହର ଉପକଣ୍ଠ ଏକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନରେ ଛ…