ରାସ୍ତା ନାହିଁ, ପହଞ୍ଚି ପାରିଲାନି ଆମ୍ବୁଲାନ୍ସ : ଖଟିଆରେ ୩ କିମି ଗଲେ ଗର୍ଭବତୀ
ଗଁାକୁ ରାସ୍ତା ନଥିବାର ଗର୍ଭବତୀଙ୍କୁ ମିଳିଲାନି ଆମ୍ବୁଲାନ୍ସ ସେବା। ଶେଷରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଖଟିଆ ଭାରରେ ବୁହା ଗଲା ୩ କିମି। ଏଭଳି ଏକ ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡା ପଞ୍ଚାୟତ ଅନ୍ତର୍ଗତ କଞ୍ଚାକରଡା ଗ୍ରାମରେ।
