କପଡା ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ
ହୁତୁ ହୁତୁ ହୋଇ ଜଳୁଛି ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମ। ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ଜଣାପଡ଼ିଛି।
ହୁତୁ ହୁତୁ ହୋଇ ଜଳୁଛି ସୂତା ଫ୍ୟାକ୍ଟ୍ରି ଓ କପଡା ଗୋଦାମ। ରାଜଧାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ ହୋଇଥିବା ଜଣାପଡ଼ିଛି।
ଜଙ୍ଗଲରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଦୁଇ ହେଲିକପ୍ଟର ମଧ୍ୟରେ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଗ୍ରୀସ୍ର ରାଜଧାନୀ ଏଥେନ୍ସ ନିକଟରେ ଅଗ୍ନିଶମ ବିଭାଗର ଦୁଇଟି ହେଲିକପ୍ଟର ମଧ୍ୟରେ ମଝି ଆକାଶରେ ଧକ୍କା ଘଟିଛି। ଧକ୍କା ହେବା ପରେ ଗୋଟିଏ ହେଲିକପ୍ଟର ଅଗ୍ନିପୁଣ୍ଡୁଳାରେ ପରିଣତ ହୋଇ ତଳେ ପଡ଼ିଯାଇଥିଲା।
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ)-ରାଜ୍ୟରେ ପୁଣି ଆରମ୍ଭ ହୋଇଯାଇଛି ବର୍ଷା । ସକ୍ରିୟ ମୌସୁମୀ ପ୍ରଭାବରେ ସାରା ରାଜ୍ୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିବ । ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ। ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଗନ୍ତାଘର। ସବୁଜିମାପୂର୍ଣ୍ଣ ପାହାଡ଼ ଆକାଶକୁ ଛୁଇଁଲା ଭଳି ଦଣ୍ଡାୟମାନ। ଯୁଗ ଯୁଗ ଧରି ସବୁଜିମାରେ ଭୂରପୂର ହୋଇ ରହିବା ସହ ଖଣିଜ ସମ୍ପଦର ଭଣ୍ଡାରରେ ପରିପୂର୍ଣ୍ଣ ହୋଇ ରହିଛି।
ପ୍ରବଳ ବର୍ଷା ଯୋଗୁ କେରଳରେ ବନ୍ୟା ବିଭିଷିକା। କେଉଁଠି ଭୂସ୍ଖଳନ ତ କେଉଁଠି ଜଳବନ୍ଦି ସମସ୍ୟାରେ ଲୋକେ ଜୁଝି ହେଉଛନ୍ତି। ପ୍ରବଳ ବର୍ଷା ଯୋଗୁ ପ୍ରାୟ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଏନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି, ୭ ଦିନ ଭିତରେ ସସସ୍ତ ଘାଇର ମରାମତି କାମ ଶେଷ ହେବ। ଅଧିକ ବର୍ଷା ଯୋଗୁଁ ଘାଇ ହୋଇଛି। ବିଭିନ୍ନ ସ୍ଥାନରେ ୭ଟି ଘାଇ ସୃଷ୍ଟି ହୋଇଛି।
ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ ।
ଆସନ୍ତା ୩ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଗଷ୍ଟ ୩ରୁ ୫ ତାରିଖ ଯାଏଁ ଓଡ଼ିଶା ଗସ୍ତରେ ଆସୁଥିବାବେଳେ ରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଓ କଟକରେ ରହିଛି ବିଭିନ୍ନ କାର୍ଯ୍ୟକ୍ରମ।
କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତର ପ୍ରିତି ପାୱାର ଚମତ୍କାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ୫୪ କେଜି ବର୍ଗରେ ସଫଳତା ଅର୍ଜନ କରି ସାରା ଦେଶ ପାଇଁ ସେ ଗୌରବ ଆଣିଛନ୍ତି।
ଚିକିତ୍ସା ଅବହେଳାରୁ ଶିଶୁର ମୃତ୍ୟୁ ଅଭିଯୋଗ କରି ମୃତଦେହ ରଖି ରାସ୍ତାରୋକ କଲେ ପରିବାର ଲୋକେ। ଏ ନେଇ ଭୁବନେଶ୍ବର ଶିଶୁ ଭବନ ଛକରେ ଉତ୍ତେଜନା ଦେଖାଯାଇଛି। ସାମନ୍ତରାପୁର ଅଞ୍ଚଳର ଜଣେ ନାବାଳକର ବାନ୍ତି, ମୁଣ୍ଡ ବିନ୍ଧା ହେବାରୁ ତାକୁ ଶିଶୁଭବନ ଛକରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ବ୍ରେନ ଡେଡ ହୋଇଯାଇଥିବା
ଅଗଷ୍ଟ ମାସର ପ୍ରଥମ ଦିନରେ ଏକ ଖୁସି ଖବର ଆସିଛି। ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨,୮୭୨.୫୦ ଟଙ୍କା ହୋଇଛି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିଥିବାର ସୂଚନା ମିଳିନାହିଁ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ହକି ଦଳର ଜର୍ସି ରଙ୍ଗ ବଦଳିବାକୁ ନେଇ ଏବେ ରାଜନୀତିରେ ଝଡ଼…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନେଦରଲ୍ୟାଣ୍ଡସ ଓ ବେଲଜିୟମରେ ଆରମ୍ଭ …
ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି। ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହେଉଛି। ଏହାରି ଭିତରେ ଖରାସ୍ରୋତା ନଦୀରେ ଗାଧୋଇବାବେଳେ କୁମ୍ଭୀର ଜଣଙ୍କୁ ନଦୀ ଗର୍ଭକୁ ଟାଣି ନେଇଥିବା ଜଣାପଡ଼ିଛି।
ସୁନ୍ଦରଗଡ଼ କୋଇଡ଼ାରେ ଲଜ୍ଜା। ବାହୁଡ଼ା ଯାତ୍ରା ଦେଖି ଫେରିବାବେଳେ ୨ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ୨୪ ତାରିଖରେ ଘଟିଛି ଏ ଲଜନକ ଘଟଣା ।
ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ସାମାନ୍ୟ କଥାକୁ ନେଇ ବାପାର ଜୀବନ ନେଇଛି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କୁଚିଣ୍ଡା ଥାନା ଧୂଦିପାଲି ଗ୍ରାମ ପଂଚାୟତ ମାନପାଲି ଗ୍ରାମରେ। ମୃତକ ହେଲେ ଧନେଶ୍ୱର ଭୋଇ (୬୫)। ସୂଚନା ଅନୁଯାୟୀ, ଗତ ରାତିରେ ବାପ ପୁଅ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା।
ଗାଁକୁ ବିକାଶ କରିବାର ଏକ ମାତ୍ର ମାଧ୍ୟମ ରାସ୍ତା। ଗାଁ ବିକାଶ ହେଲେ ଦେଶ ବିକାଶ ହେବ। ଏମିତି କେତେ କଣ ସ୍ଲୋଗାନ ଦେଉଛନ୍ତି ସରକାର। ଆଉ ଗାଁର ବିକାଶ ପାଇଁ ସରକାର ବି ଅନେକ ଯୋଜନା ହାତକୁ ନେଉଛନ୍ତି। ହେଲେ ପ୍ରଶାସନିକ ଅପାରଗତା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କ ପାଇଁ ପକ୍କା ରାସ୍ତାଟିଏ ସ୍ବପ୍ନ ପାଲଟିଛି। ମଶାଣିକୁ ଯିବାକୁ ରାସ୍ତା ନାହିଁ ।
ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଥିବାବେଳେ ବିଭିନ୍ନ ସ୍ଥାନରେ କୁତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାବେଳେ, ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।