କଠୁଆ CISF କ୍ୟାମ୍ପରେ ବଡ଼ ଅଘଟଣ ! ସାଥୀ ଯବାନଙ୍କ ଗୁଳିରେ ୪ ମୃତ
ଜମ୍ମୁ ଓ କାଶ୍ମୀରରେ ବଡ଼ ଅଘଟଣ ଘଟିଛି। କଠୁଆ ସ୍ଥିତ ସିଆଇଏସ୍ଏଫ୍ କ୍ୟାମ୍ପରେ ଗୁଳିକାଣ୍ଡ ହୋଇଛି। ସାଥି ଯବାନଙ୍କ ଉପରକୁ ଗୁଳି କଲେ ଜଣେ ହେଡ୍ କନଷ୍ଟେବଳ। ଏଥିରେ ୪ ଜଣ ସିଆଇଏସ୍ଏଫ୍ ଯବାନଙ୍କ ମୃତ୍ୟୁ ହୋଇଛି । ସିୱା-୨ ହାଇଡ୍ରୋଲିକ ପ୍ରୋଜେକ୍ଟରେ ମୁତୟନ ୨୦୦୯ ବ୍ୟାଚ୍ ହେଡ କନଷ୍ଟେବଳ ବଚସା ପରେ ଉତକ୍ଷିପ୍ତ ହୋଇ ସାଥି ଯବାନଙ୍କୁ ଗୁଳି କରିଥିଲେ ।
