ଟିଏମସିକୁ ବଡ଼ ଝଟକା ଫ୍ରିଜ୍ ଆକାଉଣ୍ଟ ଚଳାଇବାକୁ ମିଳିଲାନି ଅନୁମତି
ଟିଏମସିର ଫ୍ରିଜ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଫ୍ରିଜ୍ ହୋଇଥିବା ଆକାଉଣ୍ଟ ଚଳାଇବାକୁ ଅନୁମତି ଦେବା ପାଇଁ ତୃଣମୂଳ କଂଗ୍ରେସ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋଲକାତା ହାଇକୋର୍ଟରେ ଚାଲିଥିବା ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ଶୀର୍ଷକୋର୍ଟ ମନା କରିଛନ୍ତି ।
