ଲୋକସଭାରେ ଖଣି ଓ ଖଣିଜ ସଂଶୋଧନ ବିଲ୍ ଆଗତ ସଙ୍କୁଚିତ ହେବ ରାଜ୍ୟର କ୍ଷମତା : ଖଣି ଉପରେ ଲଗାଇପାରିବେନି ମନଇଚ୍ଛା ଟିକସ
ଲୋକସଭାରେ ଆଗତ ହୋଇଛି ଖଣି ଓ ଖଣିଜ ସଂଶୋଧନ ବିଲ୍ । ଖଣି ରାଜସ୍ବ ଉପରେ ନିର୍ଭରଶୀଳ ଥିବା ଓଡ଼ିଶା ଭଳି ରାଜ୍ୟଗୁଡ଼ିକ ଏହି ବିଲ୍ ଦ୍ବାରା ଗୁରୁତର ପ୍ରଭାବିତ ହେବେ। ରାଜ୍ୟଗୁଡ଼ିକର ଆର୍ଥିକ କ୍ଷମତା ସଙ୍କୁଚିତ ହେବା ସହ ଏହା ଏକ ବଡ଼ ଧରଣର ପ୍ରହାର ସଦୃଶ ହେବ। କେନ୍ଦ୍ର ସରକାର ଖଣି ଓ ଖଣିଜ (ବିକାଶ ଓ ନିୟାମକ) ସଂଶୋଧନ ବିଲ୍ ୨୦୨୬ ଲୋକସଭାରେ ଆଗତ କରିଛନ୍ତି।
