ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି ଜାତୀୟ ହାରଠୁ ଓଡ଼ିଶାରେ ଗାଡ଼ି ବିକ୍ରି ଅଭିବୃଦ୍ଧି ୨ ଗୁଣା ଅଧିକ ରାଜ୍ୟରେ ୨୧.୨୭%, ଦେଶରେ ୯.୫୫%
ରାଜ୍ୟରେ ଅର୍ଥନୈତିକ ଗତିବିଧିରେ ଉନ୍ନତି ହୋଇଥିବା ଦେଖାଯାଇଛି। ଜାତୀୟ ହାରଠୁ ଓଡ଼ିଶାରେ ଗାଡ଼ି ବିକ୍ରି ଅଭିବୃଦ୍ଧି ୨ ଗୁଣା ଅଧିକ ହୋଇଛି। ସାରା ଦେଶରେ ୯.୫୫% ଗାଡ଼ି ବିକ୍ରି ହୋଇଥିବାବେଳେ ରାଜ୍ୟରେ ୨୧.୨୭% ହୋଇଛି। ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ମୋଟ୍ ୮୨,୯୮୮ ଗାଡ଼ି ବିକ୍ରି ହୋଇଛି। ଗତ ବର୍ଷ ମେ’ରେ ୬୮,୪୩୨ଟି ଗାଡ଼ି ବିକ୍ରି ହୋଇଥିଲା। ସେହି ତୁଳନାରେ ଚଳିତ ବର୍ଷ ୨୧.୨୭% ଗାଡ଼ି ବିକ୍ରି ହୋଇଛି।
