ଶସ୍ତା ହେଲା ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର, ଆଜିଠାରୁ ନୂତନ ମୂଲ୍ୟ ଲାଗୁ
ଅଗଷ୍ଟ ମାସର ପ୍ରଥମ ଦିନରେ ଏକ ଖୁସି ଖବର ଆସିଛି। ଦେଶର ସରକାରୀ ତେଲ ମାର୍କେଟିଂ କମ୍ପାନିଗୁଡ଼ିକ ୧୯ କିଲୋଗ୍ରାମର ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୨୦୯ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି। ଏହି ହ୍ରାସ ପରେ କୋଲକାତାରେ ଏହାର ମୂଲ୍ୟ ବର୍ତ୍ତମାନ ୨,୮୭୨.୫୦ ଟଙ୍କା ହୋଇଛି। ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିଥିବାର ସୂଚନା ମିଳିନାହିଁ।
