ପୋଲିସ୍ ସେବା ପୁରସ୍କାର ଘୋଷଣା, ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ
ବିଶିଷ୍ଟ ପୋଲିସ୍ ସେବା ପୁରସ୍କାର ୨୦୨୬ ଘୋଷଣା ହୋଇଛି। ଓଡ଼ିଶାର ୧୭ ଜଣଙ୍କୁ ମିଳିବ ପୋଲିସ୍ ସେବା ପୁରସ୍କାର। ୫ ଜଣଙ୍କୁ ସାହସିକତା ଓ ୨ ଜଣଙ୍କୁ ମିଳିବ ରାଷ୍ଟ୍ରପତି ପଦକ। ପ୍ରଶଂସନୀୟ ସେବା ପଦକ ପାଇଁ ୧୦ ଜଣ ମନୋନୀତ ହୋଇଛନ୍ତି। ଏଡିଜି ସଂଜୀବ ପଣ୍ଡା ଓ ଡିଏସପି ସ୍ମିତାରାଣୀ ମହାନ୍ତିଙ୍କୁ ମିଳିବ ରାଷ୍ଟ୍ରପତି ପଦକ।
