ଛାତ୍ର ଆନ୍ଦୋଳନ ପ୍ରସଙ୍ଗ: ଶାସକ-ବିରୋଧୀ ମୁହାଁମୁହିଁ, ସରକାରଙ୍କୁ ଘେରିଲା ବିଜେଡି
ଦିଲ୍ଲୀରେ ଛାତ୍ର ମାନଙ୍କ ଉପର ହୋଇଥିବା ଦମନଲୀଳାକୁ କଡ଼ା ବିରୋଧ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦିଲ୍ଲୀରେ ଯାହା ଘଟିଲା, ତାହା ଅତ୍ୟନ୍ତ ଗମ୍ଭୀର ଓ ଚିନ୍ତାର ବିଷୟ ବୋଲି ସେ କହିଛନ୍ତି। ଛାତ୍ର ଆନ୍ଦୋଳନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲା ବିଜୁ ଜନତା ଦଳ। ଦିଲ୍ଲୀ ଗସ୍ତରେ ଥିବା ନବୀନ ଏ ପ୍ରସଙ୍ଗ ନେଇ ବିଜେଡି ସାଂସଦମାନଙ୍କ ସହ ବୈଠକ କରିଛନ୍ତି।
