ଭେନେଜୁଏଲାରେ ଭୟଙ୍କର ଭୂମିକମ୍ପ; ତୀବ୍ରତା ୭.୫, ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିବା ଆଶଙ୍କା
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁରୁବାର ବିଶ୍ୱର ଅନେକ ସ୍ଥାନକୁ ଭୂମିକମ୍ପ ଅନୁଭୂତ ହୋଇଛି। ଭେନେ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗୁରୁବାର ବିଶ୍ୱର ଅନେକ ସ୍ଥାନକୁ ଭୂମିକମ୍ପ ଅନୁଭୂତ ହୋଇଛି। ଭେନେ…
ଖୋଲିବ କି ପୂର୍ବ ସରକାରର ଦୁର୍ନୀତି ପେଡ଼ି। ନବୀନଙ୍କ ଡ୍ରିମ୍ ପ୍ରୋଜେକ୍ଟରେ ପଶିଲା ଭିଜିଲାନ୍ସ ପଶିଥିବାବେଳେ ୫୦ ଟି ସ୍ଥାନରେ ଏକାକାଳୀନ ଚଢ଼ାଉ କରିଛି। ବିଜେପି ରାଜ୍ୟରେ ସରକାର ଗଠନ କରିବାର ୨ ବର୍ଷ ପରେ ପୂର୍ବ ସରକାରରେ ହୋଇଥିବା ଦୁର୍ନୀତି ଉପରୁ ପରଦା ଉଠାଇବାକୁ ଚେଷ୍ଟା କରିଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ରାମଦାସ ଅଠାୱଲେ। ଆଜି ଲୋକ ସେବା ଭବନଠାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ଅଶାନ୍ତ ହୋଇପଡିଛି ପୁରୀ। ହୋଟେଲ ମାଲିକଙ୍କୁ ବିଭତ୍ସ ହତ୍ୟା। ଗତକାଲି ବିଳମ୍ବିତ ରାତିରେ ଜଣେ ହୋଟେଲ ମାଲିକଙ୍କୁ ନିର୍ମମ ହତ୍ୟା କରାଯାଇଛି।
ସାରଙ୍କ ପରେ ମ୍ୟାଡ଼ାମ ସମ୍ଭାଳିବେ ବିଜେଡି। ଖୁବଶୀଘ୍ର ହୋଇପାରେ ଭିକେ ପାଣ୍ଡିଆନଙ୍କ ଧର୍ମପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ଏଣ୍ଟ୍ରି। ଏନେଇ ନବୀନ ନିବାସରେ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ମିଳିଥିବା ସୂଚନା ଅନୁସରେ ଆଜି (ବୁଧବାର) ଅପରାହ୍ନ ସମୟରେ ନବୀନ ନିବାସରେ ବଡ଼ ହଲଚଲ ଦେଖିବାକୁ ମିଳିଥିଲା।
କେନ୍ଦ୍ରାପଡ଼ାର ମହାକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ଏବେ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ବିଜେପି ନେତାଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ଚର୍ଚ୍ଚା ବଢ଼ିଛି। ଜମ୍ବୁ ସାମୁଦ୍ରିକ ଥାନା ଅଧୀନସ୍ଥ ରାମନଗରର ବିଜେପି ବୁଥ୍ ସଭାପତି ତପନ ଦାସଙ୍କୁ ହତ୍ୟା କରାଯାଇଛି। କଥା କଟାକଟିକୁ ନେଇ ତାଙ୍କୁ ଇଟା ଓ କାଠ ଫାଳିଆ ମାଡ଼ରେ ହତ୍ୟା କରାଯାଇଛି।
ଓଡ଼ିଶାରେ ଏକାଠି ହୋଇଛନ୍ତି ଦେଶର ସମସ୍ତ ଉପକୂଳ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧୀ । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିବାବେଳେ ଏଥିରେ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ବଳର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।
ଇ-୨୦ ପେଟ୍ରୋଲ୍ ସୁରକ୍ଷିତ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଲାଭଦାୟକ। ଏନେଇ ସ୍ପଷ୍ଟିକରଣ ରଖିଛି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ। ଏହାସହିତ ଏହାର ବ୍ୟବହାର ଦ୍ୱାରା ଗାଡ଼ିର ଇନସ୍ୟୁରାନ୍ସ କ୍ଲେମ୍ ପ୍ରଭାବିତ ହେବାର ଆଶଙ୍କାକୁ ସରକାର ଖାରଜ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମାଳମାଳ ତ୍ରୁଟି ପ୍ରସଙ୍ଗରେ ତନାଘନା କରୁଛନ୍ତି ଉନ୍ନୟନ କମିଶନର। ଏନେଇ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ତଦନ୍ତ ରିପୋର୍ଟ।
ମହାକାଳପଡ଼ା ତିଖରି ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ଅଭିଯୁକ୍ତଙ୍କ ଗିରଫ ଓ ଆଇଆଇସି, ବିଡିଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ କେନ୍ଦ୍ରାପଡ଼ା ଏସପି ଅଫିସ୍ ଅଭିମୁଖେ ପଦଯାତ୍ରା କରିଛନ୍ତି।
ଭାରତର ପଳାତକ ହୀରା ବ୍ୟବସାୟୀ ନୀରବ ମୋଦୀଙ୍କୁ ଶକ୍ତ ଝଟକା ଲାଗିଛି। ନୀରବଙ୍କ ବିରୋଧରେ ଲଣ୍ଡନ କୋର୍ଟ ରାୟ ଶୁଣାଇଥିବାବେଳେ, ତାଙ୍କୁ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)କୁ ୧୦.୭ ନିୟୁତ ଡଲାର (ଭାରତୀୟ ମୁଦ୍ରାରେ ପ୍ରାୟ ୧୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ) ପରିଶୋଧ କରିବାକୁ ପଡିବ।
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ପାକିସ୍ତାନୀ ପ୍ରଶାସନ ଓ ସେନାର ଦମନଲୀଳା ବିରୋଧରେ ଆରମ୍ଭ ହୋଇଥିବା ଗଣଆନ୍ଦୋଳନ କ୍ରମାଗତ ୧୫ ଦିନରେ ପହଞ୍ଚିଛି। ହେଲେ ଏହି ଆନ୍ଦୋଳନ ଏବେ ଏକ ନୂଆ ମୋଡ଼ ନେଇଛି। ଏଥିରେ ସ୍କୁଲ ପିଲା ଓ ହଜାର ହଜାର ମହିଳା ମଧ୍ୟ ସାମିଲ ହୋଇ ପାକିସ୍ତାନ କବଳରୁ ମୁକ୍ତି ପାଇଁ ଦାବି କରିଛନ୍ତି।
ଭାରତୀୟଙ୍କ ଇରାନ ଯାତ୍ରା ସମ୍ପର୍କରେ ଏକ ନୂତନ ଆଡଭାଇଜରୀ ଜାରି ହୋଇଛି। ଇରାନସ୍ଥିତ ଭାରତୀୟ ଦୂତାବାସ କହିଛି ଯେ, ଯଦିଓ ଇରାନରେ ସୁରକ୍ଷା ପରିସ୍ଥିତିରେ ଉନ୍ନତି ଆସିଛି, ତଥାପି ଭାରତୀୟ ନାଗରିକମାନେ ଅଣ-ଅତ୍ୟାବଶ୍ୟକୀୟ ଯାତ୍ରା ଏଡାଇବା ଉଚିତ।
ମଙ୍ଗୋଲିଆ ଗସ୍ତ କରିଛନ୍ତି ବୈଦେଶିକ ମନ୍ତ୍ରୀ ଜୟଶଙ୍କର। ଅଧିକ ସୁଦୃଢ଼ ହେବାକୁ ଯାଉଛି ଭାରତ-ମଙ୍ଗୋଲିଆ ସମ୍ପର୍କ ଓ ସହଭାଗିତା। ଭାରତ-ମଙ୍ଗୋଲିଆ ମଧ୍ୟରେ ପାରସ୍ପରିକ ସହଯୋଗ ବୃଦ୍ଧି କରିବା ପାଇଁ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହାସହିତ ଲୋକ-କୈନ୍ଦ୍ରିକ ବିକାଶ ସହଭାଗୀତାକୁ ଗଭୀର କରିବା ପାଇଁ ସମର୍ଥନକୁ ପୁନର୍ବାର ଦୋହରାଇଛନ୍ତି।
ଘୁଞ୍ଚିଲା ଓଟିଇଟି ପରୀକ୍ଷା। ଜୁଲାଇ ୫ ତାରିଖରେ ଓଟିଇଟି ପରୀକ୍ଷା ହେବା ନେଇ ସୂଚନା ମିଳିଛି। ଗୋଟିଏ ଦିନରେ ଆର୍.ଆଇ, ଅମିନ ଓ ଓଟିଇଟି ପରୀକ୍ଷା ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଜୁନ୍ ୨୮ ପରିବର୍ତ୍ତେ ଓଟିଇଟି ପରୀକ୍ଷା ଜୁଲାଇ ୫ ତାରିଖରେ ଅନୁଷ୍ଠିତ ହେବ । ପୂର୍ବ ଭଳି ଜୁନ୍ ୨୮ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ ଆର୍.ଆଇ ଓ ଅମିନ ପରୀକ୍ଷା ।
କତାରର ରାସ ଲାଫାନ ଇଣ୍ଡଷ୍ଟ୍ରିଆଲ ସିଟିରେ ଏକ ଏଲପିଜି ଗ୍ୟାସ କାରଖାନାରେ ବିସ୍ଫୋରଣ ଘଟି ଭାରତ-ପାକିସ୍ତାନର ୧୩ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ତେବେ ମୃତାହତଙ୍କ ପରିବାର ଲୋକଙ୍କ ସହ ଯୋଗାେଯାଗ ସ୍ଥାପନ ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି।
ତାମିଲନାଡୁର ତିରୁଭଲ୍ଲୁରଠାରେ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ କେନ୍ଦୁଝର ଜିଲ୍ଲା ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ।
ଆସନ୍ତା ଜୁଲାଇ ୯ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଭାରତର ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ। ଭୁବନେଶ୍ୱରରେ ଅନୁଷ୍ଠିତ ଓୟୁଏଟି କାର୍ଯ୍ୟକ୍ରମରେ ସାମିଲ ହେବେ। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଯୋଗଦେବାର ସୂଚନା ରହିଛି । ଦିନିକିଆ ଗସ୍ତରେ ସେ ଭୁବନେଶ୍ୱରରେ ବିଭିନ୍ନ ସରକାରୀ ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବେ।