ସମ୍ବଲପୁରରେ ଭିଡ଼ ହିଂସା, ୫ ଗିରଫ ପିଲାଚୋର ସନ୍ଦେହରେ ପ୍ରବାସୀ ଶ୍ରମିକଙ୍କୁ ନିର୍ଧୂମ ମାଡ଼
ସମ୍ବଲପୁର ସହରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପିଲାଚୋର ସନ୍ଦେହରେ ସ୍ଥାନୀୟ ଲୋକେ ପ୍ରବାସୀ ଶ୍ରମିକଙ୍କୁ ନିର୍ଧୂମ ମାଡ଼ ମାରିଥିବାବେଳେ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ରବିବାର ସ୍ଥାନୀୟ ବଡ଼ବଜାର ଅଞ୍ଚଳରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ।
