୩୧ତମ ଦକ୍ଷିଣ ଆଞ୍ଚଳିକ ପରିଷଦ ବୈଠକ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରୁରୀ ସମୟରେ ଆଣ୍ଠଉଛି ୧୦୮ ଆମ୍ବୁଲାନ୍ସ। ବାରମ୍ବାର ଅଧା ରାସ୍ତାରେ ଫସୁଥିବା ଅଭିଯୋଗ ହେଉଛି। ରାଜ୍ୟରେ ରୋଗୀ ପରିବହନ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ବଦଳରେ କେଉଁଠି ମଝି ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯାଉଛି, ତ ଆଉ କେଉଁଠି ଦୁର୍ଘଟଣାଗ୍ରସ୍ତ ହେଉଛି ।
ଓଡ଼ିଶା ହାଇକୋର୍ଟରେ ଅଗ୍ନି ସୁରକ୍ଷା ନେଇ ଚିନ୍ତା ବଢ଼ିଛି। ଓଡ଼ିଶା ହାଇକୋର୍ଟ ପରିସରରେ ଅଗ୍ନିନିରାପତ୍ତା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ୧୧ଟି ଅତିରିକ୍ତ ଅଗ୍ନିଶମ ପଦବୀ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଥିଲାଗି ବାର୍ଷିକ ପ୍ରାୟ ୫୧ ଲକ୍ଷ ୧୨ ହଜାର ୨୮୦ ଟଙ୍କାର ଆର୍ଥିକ ବୋଝ ପଡ଼ିବ। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ପକ୍ଷରୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଏନେଇ ପ୍ରସ୍ତାବ ପଠାଯାଇଛି ।
ବ୍ୟାରେଜ୍ ଗେଟ୍ ପରିଚାଳନାରେ ସାଙ୍ଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଯାହା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବାରମ୍ବାର ବନ୍ୟାକୁ ନେଇ ଏବେ କାଠଗଡ଼ାରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍ ଗେଟ୍ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜଳ ସମ୍ପଦ ବିଭାଗ ।
ରଖେ ହରି ମାରେ କିଏ। ଦୃଢ଼ ମନୋବଳ ଯୋଗୁଁ ମୃତ୍ୟୁ ବି ଆଜି ହାର ମାନିଛି। ସ୍କୁଲ ଗଲା ବେଳେ ସାଇକେଲରୁ ଗଳି ପଡ଼ିଲା ପଞ୍ଚମ ଛାତ୍ର। ପେଟରେ ପଶିଗଲା ଧାରୁଆ ପଦାର୍ଥ, ବାହାରି ପଡ଼ିଲା ଅନ୍ତବୁଜୁଳା। ଅନ୍ତବୁଜୁଳା ଧରି ଦେଢ଼ କିଲୋମିଟର ଘରକୁ ଦୌଡ଼ିଲା ବାଳକ। ଏଭଳି ଲୋମଟାଙ୍କୁଟା ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ସାନ ଆଇଜିପଲି ଗାଁରେ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୀର୍ଘ ୧୫ ବର୍ଷ ଜେଲରେ ବିଚାରାଧୀନ କଏଦୀ ଭାବେ ରହିବା ପରେ ଶେଷରେ …
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହ…
ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ ହେବେ ଆଉ ୪ ଜଣ ନୂଆ ବିଚାରପତି । ଏନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ସୁପାରିସ୍ କରାଯାଇଛି । ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପାରିସ୍ ହୋଇଥିବା ୪ ଜଣ ହେଉଛନ୍ତି- ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଏବଂ ରଜିତ୍ ରାୟ ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପୁଲିସ୍ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଚା…
ତୃତୀୟ ଦିନରେ ପହଁଚିଛି ଅନଲାଇନ ଅଟୋ ସଂଘର ଆନ୍ଦୋଳନ । ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ଲୋୟର ପିଏମଜିରେ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ହେଉଛି ସଂଘ । ଅନଲାଇନ ଗାଡ଼ି ଡ୍ରାଇଭରଙ୍କ ଆନ୍ଦୋଳନ ପାଇଁ ରାଜଧାନୀରେ ପ୍ରଭାବିତ ହୋଇଛି ଜନଜୀବନ ।
ଲଗାଣ ବର୍ଷା ପରେ ବନ୍ୟାଜଳରେ ଧୋଇଗଲା ପୋଲ । ଫଳରେ କେନ୍ଦୁଝର ବାଂଶପାଳ ଅଞ୍ଚଳର ପ୍ରାୟ ୧୫ ଖଣ୍ଡ ଗାଁ ଏବେ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ବିରିକଳା–ଲୁଙ୍ଗାଝର ରାସ୍ତାର କଖାରୁଆ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେବାରୁ ପୋଲଟି ଭାସିଯାଇଛି । ପୋଲ ଭାସିଯିବା ପରେ ତରମାକାନ୍ତ ଓ ସାହାରପୁର ପଞ୍ଚାୟତ ଅଧୀନ ପ୍ରାୟ ୧୫ଟି ଗାଁ ସହ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି।
ପ୍ରଥମେ ରେକି, ପରେ ଚୋରି। ପ୍ରଥମେ ଅଭିଯୁକ୍ତମାନେ ସାଧାରଣ ବେଶରେ ଯାଇ ନିଛାଟିଆ କିମ୍ବା ତାଲା ପଡ଼ିଥିବା ଘର, ଲୋକଙ୍କ ଗତିବିଧି, ସିସିଟିଭି ଓ ଗାଡ଼ି ସମ୍ପର୍କରେ ରେକି କରି ତଥ୍ୟ ସଂଗ୍ରହ କରୁଥିଲେ। ପରେ ପ୍ଲାନ ପ୍ରସ୍ତୁତ କରି ରାତି ଅଧାରେ କାର୍ଯ୍ୟକାରୀ କରନ୍ତି।
ମାଲକାନଗିରି, (ସତ୍ୟପାଠବ୍ୟୁରୋ):ଜାତିଗତ ପ୍ରମାଣପତ୍ର ପ୍ରଦାନ ପାଇଁ ଲାଞ୍ଚ ଦାବି କରିବା ଅଭିଯୋଗରେ …
ଘରେ ଘରେ ପହଞ୍ଚିବ ବିଶୁଦ୍ଧ ପାଣି। ସମସ୍ତେ ବିଶୁଦ୍ଧ ପିଇବା ପାଣି ପାଇବେ। ପ୍ରତ୍ୟେକଙ୍କ ଘରେ ପାଣି ସଂଯୋଗ କରିବା ପାଇଁ ଏମିତି ବିଭିନ୍ନ ଯୋଜନା ହୋଇଛି। ହେଲେ କେନ୍ଦୁଝର ଘସିପୁରା ବ୍ଲକ ପୁରୁଣାବାନ୍ଧଗୋଡ଼ା ପଞ୍ଚାୟତର ତିଗିରିଆ ଗଁାରେ ଏହି ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଏଠାକାର ଲୋକେ ଦୂଷିତ ବା ଡ୍ରେନ୍ର ଆବର୍ଜନା ମିଶା ପାଣି ପିଉଛନ୍ତି। ଫଳରେ ଛୋଟରୁ ବୟସ୍କ ପର୍ଯ୍ୟନ୍ତ ଝାଡ଼ାବାନ୍ତି ରୋଗରେ ଆକ୍ରାନ୍ତ ହେଉଥÒବା ଅଭିଯୋଗ େହାଇଛି।
ଭୁବନେଶ୍ୱର, (ସତ୍ୟପାଠ ବ୍ୟୁରୋ): ପିଛା ଛାଡ଼ୁନି ଲଘୁଚାପ। ଗୋଟିଏ ପରେ ଗୋଟିଏ ଲଘୁଚାପ ସକ୍ରୀୟ ହେଉଥ…
ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ବନ୍ୟା ପରିସ୍ଥିତି। ଏହି ଅବସ୍ଥାରେ ଆବାସିକ ବିଦ୍ୟାଳୟରେ ପିଲାଙ୍କ ଦୁଃଖ କହିଲେ ନ ସରେ। ଆବାସିକ ବିଦ୍ୟାଳୟରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ୩ ଦିନ ଧରି ବନ୍ୟାଜଳ ଘେରରେ ଫସି ରହିଛନ୍ତି। ଖାଦ୍ୟ, ପାନୀୟ ଜଳ ପାଇଁ ପିଲାମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ କାନ୍ଦି କାନ୍ଦି ନିଜ ଦୁଃଖ କହିଛନ୍ତି।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ଅଭ…
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।