ବାଙ୍ଗିରି ପୋଲ ଉପରେ ଚାଲିଛି ୩ ଫୁଟର ପାଣି : ଜନଜୀବନ ଅସ୍ତବ୍ୟସ୍ତ
ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ଘର ଦ୍ବାରା ପାଣି ପଶିଥିବାବେଳେ ଫୁଲୁଛି ନଦୀ ନାଳ। ଏପରିକି ଦୁର୍ଗମ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ନେଇ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଡ଼ଙ୍ଗରଭେଜା ମଝିରେ ଥିବା ବାଙ୍ଗିରି ପୋଲ ଉପରେ ତିନି ଫୁଟ ର ପାଣି ପ୍ରବାହିତ ହେଉଛି ।
