ସୁକମାରେ ବିସ୍ଫୋରକ ନଷ୍ଟବେଳେ ୪ ସିଆରପିଏଫ ଯବାନ ଆହତ
ଛତିଶଗଡ଼ର ସୁକମା ଜିଲ୍ଲାରେ ଅବ୍ୟବହୃତ ବିସ୍ଫୋରକ ସାମଗ୍ରୀକୁ ସୁରକ୍ଷିତ ଭାବେ ନଷ୍ଟ କରାଯାଉଥିବା ସମୟରେ ଏକ ଆକସ୍ମିକ ବିସ୍ଫୋରଣ ଘଟି ୪ ଜଣ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଯବାନ ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଭେଜି ପୁଲିସ ଷ୍ଟେସନ ପରିସରଭୁକ୍ତ ଏଲାରମାଡଗୁ ସୁରକ୍ଷା କ୍ୟାମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।
