ଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍: ୨ ମୃତ, ୭ ଆହତ
ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ନ୍ୟାସନାଲ ହାଇୱେ ୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଦିଲ୍ଲୀ ଯାଉଥିବା ଯାତ୍ରୀବାହୀ ବସକୁ ଟ୍ରକ୍ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସୂଚନାନୁଯାୟୀ, ସୋହରାବ ଗେଟ୍ ଡିପୋର ରୋଡୱେଜ ବସ୍ ଗୋଣ୍ଡାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା।
