୮ ବର୍ଷ ବି ଗଲାନି, ନିମ୍ନମାନର କାମ ଯୋଗୁ ଦବିଗଲା ପୋଲ ପାଣିରେ ପଡ଼ିଲା କୋଟି କୋଟି ଟଙ୍କା, ଉଚ୍ଚସ୍ତରୀୟ ତଦନ୍ତ ଦାବି
ପୋଲ ନିକଟରେ ଲାଗିଛି ସତର୍କତା ଫଳକ । ବିପଦଶଙ୍କୁଳ ଘୋଷଣା କରାଯାଇଥିବାରୁ ପଥଚାରୀ ଓ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ମାତ୍ର ୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଲଟି ଦବି ଯାଇଥିବା ଦେଖାଯାଇଛି । ଏବେ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
