ମୋଦି-ଶାହଙ୍କ ନେତୃତ୍ୱ ଉପରେ ଭଗବତଙ୍କ ହମଲା
ସତ୍ୟପ୍ରକାଶ ନାୟକ ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ଆୟୋଜିତ I.I.M.U.N. କାର୍ଯ୍ୟକ୍…
ସତ୍ୟପ୍ରକାଶ ନାୟକ ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ଆୟୋଜିତ I.I.M.U.N. କାର୍ଯ୍ୟକ୍…
ଅନୁଗୁଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡିର ତୀବ୍ର ବିରୋଧ। ଆଜି ଧର୍ମେନ୍ଦ୍ର ଆଠମଲ୍ଲିକ ଗସ୍ତ କରୁଥିବା ସମୟରେ ନୂଆହତା ଠାରେ ଶତାଧିକ ବିଜେଡି କର୍ମୀ 'GO BACK' ନାରା ଦେଇ ବିରୋଧ କରିଥିଲେ। କିଛି ସମୟ ପାଇଁ ପୋଲିସ ଓ ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା ।
ଦିନକୁ ଦିନ ଘନେଇବାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଜାରି ରହିଥିବା ବିବାଦ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ବିଶ୍ୱବିଦ୍ୟାଳୟର ଶିକ୍ଷକ ସଂଘ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଯୋଗୁଁ କ୍ୟାମ୍ପସରେ ଅଚଳାବସ୍ଥା ଲାଗି ରହିଛି। ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଏକ ଚିଠିରେ ବିଶ୍ୱବିଦ୍ୟାଳୟ ସିନେଟ୍ ସଦସ୍ୟ ଭାବେ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମ ଥିବାକୁ ନେଇ ଏହି ବିବାଦ ଆହୁରି ତୀବ୍ର ହୋଇଛି।
ବିଭିନ୍ନ ଦଳରୁ ଆସିଥିବା ବିଦ୍ରୋହୀ ସାଂସଦଙ୍କୁ ଆଶ୍ବାସନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପଶ୍ଚିମବଙ୍ଗରେ ଦିଦିଙ୍କ ଗଡ଼ ଭୁଶୁଡ଼ିବା ପରେ କିଛି ବିଦ୍ରୋହୀ ସାଂସଦ ଦଳ ଛାଡ଼ି ଏନଡିଏ ମୁହାଁ ହୋଇଥିଲେ।
ମହାକାଶରେ ଇତିହାସରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ଅନିଲ ମେନନ୍ଙ୍କ ନୂଆ ମାଇଲ ଖୁଣ୍ଟ। ସେ ତାଙ୍କର ପ୍ରଥମ ସ୍ପେ ଓ୍ବାକ ସଫଳତାର ସହ ଶେଷ କରିଛନ୍ତି । ନାସାର ଏହି ମହାକାଶଚାରୀ ଗୁରୁବାର ପ୍ରାୟ ୬.୩୦ ଘଣ୍ଟାର ସ୍ପେସ୍ୱାକ୍ ଆରମ୍ଭ କରିଥିଲେ । ତାଙ୍କ ସହ ଥିଲେ ନାସାର ଅନ୍ୟତମ ମହାକାଶଯାତ୍ରୀ ଜେସିକା ମିର୍ ।
୨୬ ବର୍ଷ ପରେ ଜେଲରୁ ମୁକୁଳିବାକୁ ଯାଉଛନ୍ତି ଦାରା ସିଂହ। ବହୁଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କୁ ହତ୍ୟା ମାମଲାରେ ଜେଲରେ ଥିବା ଦାରା ସିଂହ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଜେଲରୁ ମୁକୁଳିବେ।
ଦୋଷ କିଛି ବି ନ ଥିଲା । ପୁଲିସର ଭୁଲ ଯାଞ୍ଚ ଯୋଗୁ ଜୀବନର ୨୨ ବର୍ଷ ଜେଲରେ କାଟିବାକୁ ପଡ଼ିଲା। ଜେଲ୍ରୁ ଫେରିବା ପରେ ଆଉ କିଛି ନାହିଁ । ବିତିଯାଇଛି ଯୌବନ, ବଦଳି ଯାଇଛି ସମ୍ପୂର୍ଣ୍ଣ ଠିକଣା । ପରିବାରରେ ଆଉ କେହି ନାହାନ୍ତି । ନା ଘର ଅଛି, ନା ଅଛି ବଞ୍ଚିବାର ରାହା । ଜୀବିତ ଥିବା ମାଆ ବି ଆଖି ବୁଜି ସାରିଛନ୍ତି ।
ଦିନ ରାତି ଏକ କରି ଶାଢ଼ିଟିଏ ବୁଣି ଥାଏ ବୁଣାକାର। ରଙ୍ଗବୁଡ଼ାଠାରୁ ଆରମ୍ଭ କରି ଲୁମ୍ ରୁ ବାହାରିବା ଯାଏ ପ୍ରତି ଶାଢ଼ୀର ଥାଏ ନୂଆ ନୂଆ କାହାଣୀ। ବରଗଡ଼, ବରପାଲି, ନୂଆପାଟଣା, କଳାହାଣ୍ଡି, କୋଟପାଡ଼ର ଛୋଟ ଛୋଟ ତନ୍ତ ଘରେ ବୁଣାଯାଉଥିବା ସେହି କାହାଣୀ ଆଜି ଭାରତର ସୀମା ଡେଇଁ ବିଶ୍ୱ ଫ୍ୟାସନ୍ ମଞ୍ଚରେ ପହଞ୍ଚିଛି ।
ଜାତୀୟ କନିଷ୍ଠ ପୁରୁଷ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲ୍ରେ ପ୍ରବେଶ କରିଛି । ଗୁରୁବାର ଖେଳାଯାଇଥିବା ଏକ ହାଇଭୋଲ୍ଟେଜ୍ ସେମିଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ୬-୪ ଗୋଲ୍ରେ ପଞ୍ଜାବକୁ ପରାସ୍ତ କରି କଡ଼ା ଟକ୍କର ଦେଇଛି । ବିକ୍ରମ ଓରାମଙ୍କ ବ୍ୟକ୍ତିଗତ ହ୍ୟାଟ୍ରିକ୍ ଗୋଲ୍ ଓଡ଼ିଶାର ଏହି ରୋମାଞ୍ଚକର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।
ସରପଞ୍ଚଙ୍କ ସ୍ବାମୀ ତଥା ବରିଷ୍ଠ ବିଜେପି ନେତାଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ଡ଼ମକରଲାଖୁଣ୍ଟା ପଞ୍ଚାୟତରେ ଘଟିଛି ଏହି ହତ୍ୟାକାଣ୍ଡ। ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ବରିଷ୍ଠ ବିଜେପି ନେତା ଫକୀର ରଣାଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ନୃଶଂସ ଭାବରେ ହତ୍ୟା କରିଛନ୍ତି।
ମୋ ସ୍ବାମୀଙ୍କୁ ସେମାନଙ୍କ କବଳରୁ ଉଦ୍ଧାର କରି ଦିଅ। ମୋର ତିନି ତିନିଟି ଛୁଆ। ସେମାନଙ୍କୁ ଧରି ଏକା କେମିତି ରହିବି, ସେମାନଙ୍କ ପେଟକୁ ଦୁଇ ମୁଠା ଦାନା କେମିତି ଦେବି। ମୋ ଛୁଆ ଉପରେ ଦୟା କରନ୍ତୁ ମୋହନ ସରକାର। ଏଭଳି କାନ୍ଦି କାନ୍ଦି ଆକୁଳ ନିବେଦନ କରିଛନ୍ତି ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କୁ ସ୍ତ୍ରୀ ସୁମିତ୍ରା ମାଝୀ। ଏଭଳି ଦୃଶ୍ୟ େଦଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୂଆମୂଳ ରାମପୁର ବ୍ଲକରେ।
ନାମକୁ ମାତ୍ର ହଷ୍ଟେଲ। ନା ରହିବା ପାଇଁ ପିଲାଙ୍କ ଲାଗି ସ୍ବତନ୍ତ୍ର ଗୃହ ରହିଛି ନା ଏଠାରେ ସ୍ବଚ୍ଛତା ଅଛି। ବର୍ଷା ହେଲେ ଛାତରୁ ପାଣି ଗଳୁଛି। ଏହାସହ ପାଇଖାନା ସମସ୍ୟା, ନିମ୍ନମାନର ଖାଦ୍ୟ, ଭାତରେ ପୋକ ବାହାରିବା, ଖେଳ ସାମଗ୍ରୀର ଅଭାବ ଭଳି ଅନେକ ସମସ୍ୟା ନେଇ ପିଲାମାନେ ଅତିଷ୍ଟ ହୋଇ ପଡ଼ିଛନ୍ତି। ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସମାଧାନ ହେଉନି। ଅବ୍ୟବସ୍ଥାରେ ଅତିଷ୍ଠ ହୋଇ ହଷ୍ଟେଲ ଛାଡ଼ିଲେ ଛାତ୍ର।
ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଏ ବାବଦରେ ଗଣଶିକ୍ଷା ମନ୍ତ୍ରୀ ଏକ ବଡ଼ ସୂଚନା ଦେଇଛନ୍ତି। ପ୍ରଥମ ଶ୍ରେଣୀ ବହିରେ ଯେପରି ତ୍ରୁଟି ନେଇ ପ୍ରଚାର ହେଉଛି, ସେଭଳି କୌଣସି ଭୁଲ୍ ହୋଇନାହିଁ। ପାଠ୍ୟ ପୁସ୍ତକ ତ୍ରୁଟିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଯୌନ ନିର୍ଯାତନା ମାମଲାରେ ତରୁଣ ତେଜପାଲଙ୍କୁ ଦଣ୍ଡାଦେଶ ଶୁଣାଇଛନ୍ତି ବମ୍ବେ ହାଇକୋର୍ଟ। ତେହେଲକାର ପୂର୍ବତନ ସମ୍ପାଦକ ତରୁଣ ଦୋଷୀ ସାବ୍ୟସ୍ତ ହେବା ପରେ କୋର୍ଟ ଦଣ୍ଡ ପ୍ରଦାନ କରିଛନ୍ତି ।
ଅନ୍ତଃରାଜ୍ୟ ସହଯୋଗ ନେଇ ଛତିଶଗଡ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ଛତିଶଗଡ଼ର ରାଜ୍ୟପାଳ ରମେନ ଡେକା ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ରଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାକ୍ଷାତ କରିଛନ୍ତି।
ରାଜ୍ୟରେ ନୂଆ ଡିଜିପି ନେଇ ଚର୍ଚ୍ଚା ଜୋର ଧରିଛି। କିଏ ହେବ ଓଡ଼ିଶାର ପରବର୍ତ୍ତୀ ନୂଆ ପୁଲିସ ଡିଜି? ପାଓ୍ବାର କରିଡରରେ ଏବେ ଏହାକୁ ନେଇ ଲାଗି ରହିଛି ଚର୍ଚ୍ଚା। ଏ ନେଇ ଶୁକ୍ରବାର ବସିବ ଚୟନ କମିଟି ବୈଠକ। ଓଡ଼ିଶା ନୂଆ ଡିଜିପିଙ୍କୁ କରାଯିବ ଚୟନ। ତେବେ କାହା ମୁଣ୍ଡରେ ହାତୀ କଳସ ଢ଼ାଳିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ବରିଷ୍ଠତା
ପ୍ରବଳ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ୍ୟା ପାଣି ଛାଡ଼ିଛି ହେଲେ ଦୁଃଖ ସରିନି। ବନ୍ୟାରେ କାହାର ଘର ଭାସିଯାଇଛି ତ କାହାର ଫସଲ ଉଜୁଡ଼ି ଯାଇଛି। ହେଲେ ବନ୍ୟା ବିପନ୍ନଙ୍କୁ ଟିକିଏ ଆଶ୍ବସ୍ତି ଦେବା ସହ କ୍ଷୟକ୍ଷତିର ଭରଣା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବନ୍ୟା ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ମୋଟ ୧୧୦ କୋଟି ଟଙ୍କାର ସହାୟତା ରାଶି ମଞ୍ଜୁର କରାଯାଇଛି । ଏହି ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ପାଖକୁ ଡିବିଟି (DBT) ମାଧ୍ୟମରେ ପହଞ୍ଚାଯିବ।
ବାହାରୁ ଦେଖିଲେ ଲାଗୁଛି ଗୁହାଳ ଘର। ହେଲେ ଭିତରେ ଗଢ଼ା ହେଉଛି କୁନି କୁନି ପିଲାଙ୍କ ଭବିଷ୍ୟତ। ବର୍ଷେ କି ଦୁଇ ବର୍ଷ ନୁହେଁ, ଦୀର୍ଘ ୫ ବର୍ଷ ହେବ ଅତି ବିପଦପୂର୍ଣ୍ଣ ଓ ଅସୁରକ୍ଷିତ ଭାବେ କୋମଳମତି ଶିଶୁମାନଙ୍କୁ ଦିଆଯାଉଛି ଶିକ୍ଷା। ଦୁଇ ଖଣ୍ଡ ବାଉଁଶ ଉପରେ ପଡ଼ିଛି ଦଦରା ଟିଣ ।