ମୁରିବାହାଲରେ ହାତୀ ପଲଙ୍କ ଉତ୍ପାତ, ଅଳ୍ପକେ ବର୍ତ୍ତିଲେ ଦମ୍ପତିଙ୍କ ସହ ଦୁଇ ଶିଶୁ
ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ପଲ ପଶି ଆସିଥିବାବେଳେ ରାତିରେ ଶୋଇଥିବାବେଳେ ହଠାତ ଆକ୍ରମଣ କରିଥିଲା |
ବଲାଙ୍ଗୀର ଜିଲ୍ଲା ମୁରିବାହାଲରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗାଁରେ ହାତୀ ପଲ ପଶି ଆସିଥିବାବେଳେ ରାତିରେ ଶୋଇଥିବାବେଳେ ହଠାତ ଆକ୍ରମଣ କରିଥିଲା |
ପୁଣି ଥରେ ସମ୍ପର୍କରେ ରକ୍ତ ଛିଟା। ସାମାନ୍ୟ ବଚସାକୁ ନେଇ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି ନୃଶଂସ ସ୍ବାମୀ। ମୃତ ମହିଳା ହେଲେ ରୋଜାଲିନ। କଟକ ନେମାଳ ଥାନା ସହଦେବପୁର ଗାଁର ଶୈଳେନ୍ଦ୍ର ମଳିକ ଗତକାଲି ବିଳମ୍ବିତ ରାତି ୨ଟାରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ନିର୍ମମ ଭାବେ ହତ୍ୟା କରିଛି । ସୂଚନା ମୁତାବକ ସ୍ୱାମୀ ସ୍ତ୍ରୀ ରାତିରେ ଶୋଇଥିବା
ଉତ୍ତର ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେଉଁଠି ବର୍ଷା ବିତ୍ପାତରେ ଲୋକଙ୍କ ଜୀବନ ଯାଉଛି ତ କେଉଁଠି ଘର ଭୁଶୁଡ଼ି। ପ୍ରକୃତିର କରାଳ ରୂପରେ ଜୁଝି ହେଉଛନ୍ତି ଲୋକେ। ଦୁଇଟି ପୃଥକ୍ ଦୁର୍ଘଟଣାରେ ଦୁଇଜଣ ଶିଶୁଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଅନ୍ୟାୟ ଭାବେ ଜେଲରେ ରଖାଯାଇଛି। ତାଙ୍କୁ ତୁରନ୍ତ ମୁକ୍ତି କରାଯାଉ ବୋଲି ପାକିସ୍ତାନ ତେହରିକ୍-ଇ-ଇନସାଫ୍ (PTI) ପକ୍ଷରୁ ଦାବି କରାଯାଇଛି। ଯାହାକୁ ନେଇ ପାକିସ୍ତାନରେ ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି ।
ଭାରତ-ନେପାଳ ସୀମାରେ ଉତ୍ତେଜନା ଦେଖାଯାଇଛି। ସୀମା ବିବାଦକୁ ନେଇ ଏସଏସବି ବାହିନୀ ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି। ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ସଂଲଗ୍ନ ଭାରତ-ନେପାଳ ସୀମାନ୍ତ ସୁସ୍ତା ସେକ୍ଟରରେ ପୁଣିଥରେ ସୀମା ବିବାଦକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଭାରତୀୟ ସୀମା ଭିତରକୁ ଏକ ମାଟି ବନ୍ଧ ସମ୍ପ୍ରସାରଣ କରିବା ସହ ସଶସ୍ତ୍ର ସୀମା ବଳ (ଏସଏସବି) ଯବାନଙ୍କ ଉପରେ ପଥରମାଡ଼ କରିବା
କୋରାପୁଟର ବହୁ ଚର୍ଚ୍ଚିତ ଟ୍ରିପଲ ମର୍ଡ଼ର ମାମଲାରେ ଦୀର୍ଘ ୨୨ ବର୍ଷ ପରେ ରାୟ ପ୍ରକାଶ ପାଇଛି। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଅର୍ଜୁନ ଜାନିଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଜଣେ ମାତ୍ର ପ୍ରତ୍ୟକ୍ଷଦର୍ଶୀଙ୍କ ଭୁଲ୍ ବା ଅସତ୍ୟ ବୟାନ ଓ ପର୍ଯ୍ୟାପ୍ତ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସୁପ୍ରିମକୋର୍ଟ।
ରାଜ୍ୟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତାବ ହୋଇଛି। କମ୍ପାନୀ ପକ୍ଷରୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭେଟି ଆଲୋଚନା କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ଏକ ଘରୋଇ କମ୍ପାନୀ ପକ୍ଷରୁ ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ ନିମନ୍ତେ ପ୍ରସ୍ତ…
ଭୁବନେଶ୍ୱର, ୦୫/୦୮/୨୦୨୬: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକଙ୍କୁ କଟକ ସଦରର ବିଜେପି ବିଧାୟକ ଶ…
ଲୋୟର ସୁକତେଲ ପ୍ରକଳ୍ପକୁ ସ୍ଥାନୀୟବାସିନ୍ଦା ତୀବ୍ର ବିରୋଧ କରୁଥିବାବେଳେ ବିବାଦ ଜାରି ରହିଛି। ଆଜି ବଲାଙ୍ଗୀର ତବଲଵାଞ୍ଜି ଗାଁକୁ ଖାଲି କରିବାକୁ ଲୋୟର ସୁକତେଲ ପ୍ରକଳ୍ପ ପ୍ରଶାସନ ପୁଲିସ ଫୋର୍ସ ନେଇ ଗାଁକୁ ଯାଇଥିଲେ । ହେଲେ ସେଠାରେ ଗାଁ ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ପୁଲିସ ଆନ୍ଦୋଳନକାରୀଙ୍କ ମଧ୍ୟରୁ କିଛି ମହିଳାଙ୍କୁ ଉଠାଇ ନେଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ହଟାଇବା ମାମଲାରେ ମେଟାର ଅଡୁଆ ବଢିବାରେ ଲାଗିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ହଟାଇବା ପ୍ରସଙ୍ଗରେ ମାର୍କ ଜୁକରବର୍ଗଙ୍କୁ କ୍ଷମା ମାଗିବାକୁ ସଂସଦୀୟ କମିଟି ଚେତାବନୀ ଦେଇଛି । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଂସଦୀୟ ସ୍ଥାୟୀ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ ଫେସବୁକରୁ ସାମୟିକ ଭାବେ ହଟାଇବା ଘଟଣାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ।
ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ)-ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗିରଫ କରାଯାଇଥିବା ମନୋଜ ପାଢ଼ୀଙ୍କୁ ଜାମିନ ମିଳିଛି । ମନୋଜଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର SC/ST କୋର୍ଟ । ସ୍କୁଲ ପାଠ୍ୟପୁସ୍ତକରେ ମାଳମାଳ ଭୁଲ୍ ମାମଲାରେ SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ଗତ ଜୁଲାଇ ୧୪ ତାରିଖରେ ଦୀର୍ଘ ୪ ଘଣ୍ଟାର ଜେରା ପରେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ମନୋଜ ପାଢ଼ୀ ବହିଗୁଡ଼ିକର ତଥ୍ୟଗତ, ବୈଜ୍ଞାନିକ, ଭୌଗୋଳିକ ଓ ଚିତ୍ର ସମ୍ପର୍କିତ ତ୍ରୁଟିଗୁଡ଼ିକୁ ସଠିକ୍ ଭାବେ ଯାଞ୍ଚ ନକରି ଜାଣିଶୁଣି ପ୍ରିଣ୍ଟିଂ ପାଇଁ ଅନୁମୋଦନ ଦେଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ପୂର୍ବରୁ ସରକାର ମନୋଜ ପାଢ଼ୀଙ୍କ ସମେତ ୩ ଜଣ ସହକାରୀ ନିର୍ଦ୍ଦେଶକଙ୍କୁ ନିଲମ୍ବିତ କରିଥିଲେ। ୬ ଜଣ ସହକାରୀ ନିର୍ଦ୍ଦେଶକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା ।
ଭଦ୍ରକ ବ୍ଲକ ଏରେଇଁ ପଞ୍ଚାୟତରେ ମାଙ୍କଡଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ମାଙ୍କଡ଼ ଆକ୍ରମଣରେ ବହୁ ଲୋକ ଆହତ ଓ ଗରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଗତ କିଛିଦିନ ହେବ ମାଙ୍କଡର ପ୍ରାଦୁର୍ଭାବ ବଢିବାରେ ଲାଗିଛି ।
କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକରେ ବିଲୁଆ ଆତଙ୍କ ଦେଖାଦେଇଛି। ବିଲୁଆ ଆକ୍ରମଣରେ ୬ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଖୋରାଗୁଡ଼ା ଗ୍ରାମର ୪ ଜଣ, କଦମଗୁଡ଼ା ଗ୍ରାମର ଜଣେ ଏବଂ ବଡ଼ାଗୁଡ଼ା ଗ୍ରାମର ଆଉ ଜଣେ ବ୍ୟକ୍ତି ରହିଛନ୍ତି। । ଆହତ ୬ ଜଣଙ୍କୁ ତୁରନ୍ତ ବୈପାରିଗୁଡ଼ା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ବୌଦ୍ଧ ବନଖଣ୍ଡ କଣ୍ଟାମାଳ ରେଞ୍ଜ ସମାକୁପା ଗାଁର ବାଘ ଆତଙ୍କ ଦେଖା ଦେଇଛି। ଏକ କଲରାପତାରିଆ ବାଘ ଗାଈକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବାଘର ଗତି ବିଧି ନଜର ରଖିବା ସହ ପାଦଚିହ୍ନ ଦେଖି ବାଘଟି କଲରାପତାରିଆ ହୋଇଥାଇପାରେ ବୋଲି ସୂଚନା ଦେଇଛି ବନବିଭାଗ ।
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପାଇକଫୁଲବେଢ଼ା ପଞ୍ଚାୟତର ମାଝୀଗୁଡ଼ା ଗ୍ରାମରେ ରାସ୍ତା ସମସ୍ୟାକୁ ନେଇ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ବର୍ଷ ବର୍ଷ ଧରି ପକ୍କା ରାସ୍ତା ନିର୍ମାଣ ହୋଇ ପାରୁ ନଥିବାରୁ କ୍ଷୁବ୍ଧ ଗ୍ରାମବାସୀ ଆଜି କାଦୁଅ ରାସ୍ତାରେ ଧାନ ତଳି ରୋଇ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଖୁବ୍ ଶୀଘ୍ର ରାସ୍ତା ସମସ୍ୟାର ସମାଧାନ ନହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ ସହ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।
ସମ୍ବଲପୁରରେ ଧଳା ଜହର କାରବାର ଚାଲିଥିବାବେଳେ ୧୩ ଗ୍ରାମ ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ସମ୍ବଲପୁର ଟାଉନ୍ ଥାନା ପୋଲିସ ସାହୁ କଲୋନୀ ନିକଟରେ ଚଢ଼ାଉ କରି ବ୍ରାଉନ୍ ସୁଗାର ଜବତ ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସ୍କୁଟି ସହ ୨ ମୋବାଇଲ୍ ଓ ନଗଦ ୨୬ ହଜାର ୪୨୦ ଟଙ୍କା ଜବତ କରିଛି ପୋଲିସ।
ଆଜିଠାରୁ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସୁଛି। ଭୁବନେଶ୍ୱରରେ ବ୍ରିକ୍ସ ଶିକ୍ଷା ମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ସଦସ୍ୟ ଦେଶର ଶିକ୍ଷା ମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।