ରେଭେନ୍ସା ବିବାଦ: ବଦଳିଲେ ଚିଫ୍ ୱାର୍ଡେନ୍ , ପୂର୍ଣ୍ଣେନ୍ଦୁ ପାଢ଼ୀଙ୍କୁ ନୂଆ ଦାୟିତ୍ୱ
ବଦଳିଲେ ରେଭେନ୍ସା ଚିଫ୍ ୱାର୍ଡେନ୍ । କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ହଷ୍ଟେଲ ବିବାଦକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ, ସାମ୍ନାକୁ ଆସିଛି ବଡ଼ ନିଷ୍ପତ୍ତି। ରେଭେନ୍ସା ହଷ୍ଟେଲ୍ ଚିଫ୍ ଓ୍ୱାର୍ଡେନଙ୍କ ବଦଳି ହୋଇଛି । ସୁଦର୍ଶନ ମିଶ୍ରଙ୍କ ସ୍ଥାନରେ ପୂର୍ଣ୍ଣେନ୍ଦୁ ପାଢ଼ୀ ହୋଇଛନ୍ତି ନୂଆ ଚିଫ୍ ଓ୍ୱାର୍ଡେନ। ୨ ଜଣ ଡେପୁଟି ଚିଫ୍ ଓ୍ୱାର୍ଡେନଙ୍କୁ ମଧ୍ୟ ବଦଳି କରାଯାଇଛି । ଦୀପ୍ତି ରାଉତ ଓ ଦ୍ୱିତୀକୃଷ୍ଣ ବେହେରା ହେଲେ ନୂଆ ଡେପୁଟି ଚିଫ୍ ଓ୍ୱାର୍ଡେନ ।
