ହଟିଲା ୨ ମାସିଆ କଟକଣା, ସଜବାଜ ହେଲେଣି ମତ୍ସ୍ୟଜୀବୀ ଚଳଚଞ୍ଚଳ ତାଳସାରୀ ଓ ଉଦୟପୁର ବେଳାଭୂମି
ମାଛ ମାରିବାକୁ ଗଭୀର ସମୁଦ୍ର ଯିବା ପାଇଁ ପ୍ରସ୍ତୁତ ହେଲେଣି ମତ୍ସ୍ୟଜୀବୀ। ଦୀର୍ଘ ଦୁଇ ମାସର ସାମୁଦ୍ରିକ କଟକଣା ସରିବା ପରେ ସୋମବାର ରାତିଠାରୁ ପୁଣିଥରେ ନୀଳ ସମୁଦ୍ରର ବୁକୁ ଚିରି ମାଛ ମାରିବାକୁ ବାହାରି ପଡ଼ିଛନ୍ତି ସାଗର ସୌଦାଗର। ଏଥିପାଇଁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ପ୍ରମୁଖ ମାଛଧରା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି।
