ପୃଥକ ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର
ରାୟଗଡ଼ା ଜିଲ୍ଲା ଗୁଣପୁର ଓ କଲ୍ୟାଣସିଂହପୁର ବ୍ଲକରେ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗୁଣୁପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
