ଆମେରିକା ସହିତ କୌଣସି ଚୁକ୍ତି ଚୂଡ଼ାନ୍ତ ହୋଇନାହିଁ: ଇରାନ ‘ଲାଲ ରେଖା’ ସହିତ ସାଲିସ ହେବ ନାହିଁ
ତେହେରାନ() ଇରାନ ସହିତ ଐତିହାସିକ ଶାନ୍ତି ଚୁକ୍ତି ଏବଂ ଯୁଦ୍ଧର ଅନ୍ତ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦାବିକୁ ତେହେରାନ ଖାରଜ କରିଦେଇଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି, ଆମେରିକା ସହିତ କୌଣସି ଚୂଡ଼ାନ୍ତ ଚୁକ୍ତିନାମା ହୋଇନି। ଏହି ରିପୋର୍ଟକୁ କେବଳ କଳନାଜଳ୍ପନା ବୋଲି କହି ଖାରଜ କରିଛି ତେହେରାନ।
