ବିଶ୍ବ ବନ୍ଧୁକଚାଳନା: ସୋନମ-ହିମାଂଶୁଙ୍କୁ କାଂସ୍ୟ
ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ ଭାରତକୁ ସଫଳତା। ଭାରତୀୟ ରାଇଫଲ ସୁଟର୍ ସୋନମ ଉତ୍ତମ ମାସ୍କର ଓ ହିମାଂଶୁ ଧିଲନ ଚଳିତ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ରାଇଫଲ ପ୍ରତିଯୋଗିତାରେ କାଂସ୍ୟ ଜିତିଛନ୍ତି। ହାଙ୍ଗ୍ଝୌରେ ଚାଲିଥିବା ଏହି ପ୍ରତିଯୋଗିତାର ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ଏହି ଯୋଡ଼ି ତୃତୀୟ ସ୍ଥାନରେ ରହିଥିଲେ।
