ମାଓ ଡମ୍ପ ଠାବ: ବିପୁଳ ବିସ୍ଫୋରଣ ସାମଗ୍ରୀ ଜବତ
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଜୋଡାମ୍ବୋ ପୁଲିସ ଷ୍ଟେସନ ସୀମା ଜଙ୍ଗଲରୁ ସୁରକ୍ଷାବାହିନୀ ମାଓ ଡମ୍ପ ଠାବ େହାଇଛି। ସେଠାରୁ ୩୨ଟି ଜେଲାଟିନ୍ ଷ୍ଟିକ୍ସ, ୧୧ଟି ଡିଟୋନେଟର୍ସ, ବନ୍ଧୁକ, ୩ କିମି କର୍ଡେକ୍ସ ତାର, ଗୋଟିଏ ଛୋଟ ସୋଲାର୍ ପ୍ୟାନେଲ୍, ଗୋଟିଏ ଫିଲିପ୍ସ ରେଡିଓ, ୨ଟି ଟର୍ଚ୍ଚ, ୧୨-ଭୋଲ୍ଟ ବ୍ୟାଟେରୀ ୨ଟି, ପାଖାପାଖି ୧୫୦ ଗ୍ରାମର ଲୁହା କଣ୍ଟା, ଗୋଟିଏ ଜେଟ୍ ସ୍ପ୍ରେ ପାଇପ୍, ୨୫ ମି ବିଦ୍ୟୁତ୍ ତାର ଜବତ େହାଇଛି।
