କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ରାଉରକେଲାର କଲୁଙ୍ଗା ଶିଳ୍ପାଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି। କାବେରୀ ପେଣ୍ଟସ (ରଙ୍ଗ) କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା। ତେବେ ସଟ୍ ସର୍କିଟ୍ରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କାରଖାନାରେ ରଙ୍ଗ ଓ ଇଥାନଲ ଭଳି ଦହନଶୀଳ ସାମଗ୍ରୀ ରହିଥିବାରୁ ନିଆଁ ଖୁବ୍ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା।
