ଚାପରେ ଚେପା ସରକାର; NTAର ୪୭ ଅଧିକାରୀ ବହିଷ୍କୃତ, ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବିରେ ଆନ୍ଦୋଳନ ଜାରି
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛାତ୍ର ଆନ୍ଦୋଳନ ଚାପରେ ଚେପା ସରକାର । NEET ପେପର ଲିକ୍ କୁ ମାସାଧ…
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛାତ୍ର ଆନ୍ଦୋଳନ ଚାପରେ ଚେପା ସରକାର । NEET ପେପର ଲିକ୍ କୁ ମାସାଧ…
ଦିଲ୍ଲୀର ଜନ୍ତରମନ୍ତରଠାରେ ଛାତ୍ର ଆନ୍ଦୋଳନ ଜୋର ଧରିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ସମାଧାନର କୌଣସି ବାଟ ବାହାରିପାରିନି। ଏନେଇ କକ୍ରୋଚ ଜନତା ପାର୍ଟି (ସିଜେପି) ଓ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ହୋଇଥିବାବେଳେ କୌଣସି ଚୂଡ଼ାନ୍ତ ନିଷ୍କର୍ସ ବାହାରି ପାରିନାହିଁ।
ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ବିଭତ୍ସ ହତ୍ୟା କରିଛି ସ୍ବାମୀ। ମୃତ ମହିଳା ହେଲେ କିଆଫୁଲ ମାଝୀ। କଣ୍ଟାବାଞ୍ଜି ଥାନା ଚଟୁଅନକା ମାଝୀପଡାରୁ ଆସିଛି ଏଭଳି ହୃଦୟବିଦାରକ ଘଟଣା ।
ହେମଗିର ଥାନା ନୂଆଡିହିରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ସାନଭାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡ଼ଭାଇ। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ହୋ ହଲ୍ଲା ଭିତରେ ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ 'ଜାତୀୟ ସମ୍ମାନର ଅପମାନ ନିବାରଣ ବିଧେୟକ-୨୦୨୬' ରାଜ୍ୟସଭାରେ ଉପସ୍ଥାପିତ ହୋଇଛି। ବିରୋଧୀ ଦଳର ହଙ୍ଗାମା ମଧ୍ୟରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଆଗତ କରିଥିଲେ । ତେବେ ହଙ୍ଗାମା ଯୋଗୁଁ ବିଲ୍ ଉପରେ ଆଲୋଚନା ଆରମ୍ଭ ହୋଇପାରିନଥିଲା ।
ଯୁଦ୍ଧ ଭିତରେ ଟାରିଫ୍ ବୋମା ଫୁଟାଇଛି ଆମେରିକା । ୨ ଦିନ ତଳେ େଜନେରିକ ଔଷଧ ନେଇ ଭାରତ ଉପରେ ୨୦୦ ପ୍ରତିଶତ ଶୁଳ୍କ ଲଦିବାକୁ ଘୋଷଣା କରିଥିଲେ। ଆଜି ପୁଣି ଆଉ ଏକ ଟାରିଫ୍ ବୋମା ଫୁଟାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ଵରେ ଚାଲୁଛି ହାଇକୋର୍ଟ। ୭ଟି ହାଇକୋର୍ଟରେ ନାହାଁନ୍ତି ମୁଖ୍ୟ ବିଚାରପତି। ୨୦୨୬ ଜୁଲାଇ ସୁଦ୍ଧା ବମ୍ଵେ, କୋଲକାତା, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ, ମଧ୍ୟପ୍ରଦେଶ, ପାଟନା, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ହାଇକୋର୍ଟରେ ସ୍ଥାୟୀ ମୁଖ୍ୟ ବିଚାରପତି ନାହାଁନ୍ତି। ନିୟମିତ ଟ୍ରାନ୍ସଫର ଏବଂ ଅବସର ପାଇଁ ଏହି ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।
ପରୀକ୍ଷା ଜାଲିଆତି ରୋକିବାକୁ ‘ମାଷ୍ଟରପ୍ଲାନ୍’ କରିଛନ୍ତି ମୋଦି ସରକାର। କ୍ୟାବିନେଟରେ 'ପରୀକ୍ଷା ସଂଶୋଧନ ବିଲ୍'କୁ ମଞ୍ଜୁରୀ ମିଳିଥିବାବେଳେ ମାଫିଆଙ୍କୁ ୧୦ ବର୍ଷ ଜେଲ୍ ସହ ୧୦ କୋଟିର ଜରିମାନା
ମହାପ୍ରଭୁଙ୍କର ରତ୍ନବେଦୀରୁ ଜନ୍ମବେଦୀର ସମ୍ପୂର୍ଣ୍ଣ ଯାତ୍ରାକୁ ତିନୋଟି ଅଙ୍ଗ ରୂପେ ଧରାଯାଇଛି। ଏଥିମଧ୍ୟରୁ ରଥଯାତ୍ରା ଗୋଟିଏ ଅଙ୍ଗ, ଗୁଣ୍ଡିଚା ମଣ୍ଡପରେ ଦ୍ୱିତୀୟ ଅଙ୍ଗ ଏବଂ ବାହୁଡା ଯାତ୍ରା ପୂର୍ବକ ଶ୍ରୀମନ୍ଦିରକୁ ବାହୁଡା ବିଜେ ପର୍ଯ୍ୟନ୍ତ ତୃତୀୟ ଅଙ୍ଗ।
ନୂଆଦିଲ୍ଲୀ: ଦେଶବ୍ୟାପୀ ପେପର ଲିକ୍ ବିବାଦ ଏବଂ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ମଧ୍ୟରେ ପ୍ରଧାନମନ୍ତ୍ରୀ…
ନିଟ୍୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ପ୍ରଧାନମନ୍ତ୍ରୀ ମୋଦି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସରକାରୀ ହ୍ୟାଣ୍ଡେଲ ପୋଷ୍ଟରେ ସିଧାସଳଖ ଭାବେ ପେପର୍ ଲିକ୍ ପ୍ରସଙ୍ଗକୁ ସମ୍ବୋଧିତ କରି ଲେଖିଛନ୍ତି, ପେପର୍ ଲିକ୍ ତଦନ୍ତ ପାଇଁ ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯିବ। ଯାହା ଦ୍ବାରା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର କଠୋର ଦଣ୍ଡ ଦିଆଯାଇପାରିବ ।
ସଂସଦ ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ ଆଜି ମଧ୍ୟ ଅଚଳାବସ୍ଥା ଲାଗି ରହିଛି । ପ୍ରଶ୍ନପତ୍ର ଲିକ ନେଇ ବିରୋଧୀ ଗୃହରେ ହଙ୍ଗାମା ଜାରି ରଖିଥିବାବେଳେ ସ୍ବାଭାବିକ ହୋଇପାରୁନି ଉଭୟ ଲୋକସଭା ଓ ରାଜ୍ୟସଭା ।
ଦିନକୁ ଦିନ ତୀବ୍ର ହେବାରେ ଲାଗିଛି କକ୍ରୋଚ୍ ଜନତା ପାର୍ଟି ଆନ୍ଦୋଳନ । ଆଇନଶୃଙ୍ଖଳା ରକ୍ଷା ପାଇଁ ଦିଲ୍ଲୀରେ ବ୍ୟାପକ ପୋଲିସ ମୁତୟନ କରଯାଇଛି । ଆଜି ବି ବନ୍ଦ ରହିଛି ଦିଲ୍ଲୀ ମେଟ୍ରୋର ୧୬ଟି ଷ୍ଟେସନ ।
ସିଏମଓରୁ ଫାଇଲ ଗାୟବ ପ୍ରସଙ୍ଗରେ ତନାଘନା ଜାରି ରହିଥିବାବେଳେ ପୁଣି ଜାରି ହେଲା ନୋଟିସ। ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ନାଥ ବେହେରାଙ୍କୁ ନୋଟିସ କରାଯାଇଛି। ଆସନ୍ତା ୨୬ ତାରିଖ ଦିନ ୧୧ଟାରେ ଉପେନ୍ଦ୍ର ବେହେରାଙ୍କୁ ହାଜର ପାଇଁ ନୋଟିସ କରାଯାଇଛି। ସେହିପରି ହାଜର ହୋଇ ନଥିବା ରାଜେଶ ବର୍ମାଙ୍କୁ ପୁଣି ଥରେ ହାଜର ପାଇଁ ନୋଟିସ କରାଯାଇଛି।
ଓଡ଼ିଶାର ଐତିହ୍ୟ, ପରମ୍ପରା, ସଂସ୍କୃତି, ସ୍ବାଭିମାନ ଏବଂ ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଶାର ରସଗୋଲା ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି। ରସଗୋଲାର ପ୍ରତ୍ୟେକଟି ବିନ୍ଦୁ ଓଡ଼ିଶାର ଇତିହାସ ସହିତ ସଂଶ୍ଳିଷ୍ଟ ।
ମହାପ୍ରଭୁଙ୍କର ୫ଟି ଟ୍ରେଡ ମାର୍କକୁ ଅନୁମୋଦନ ମିଳିଛି। ଆସନ୍ତା ଟ୍ରେଡ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର , କୋଇଲି ବୈକୁଣ୍ଠକୁ ଟ୍ରେଡ ମାର୍କ ମିଳିଛି।
ଓଡ଼ିଶାର ସହରାଞ୍ଚଳ ବିକାଶକୁ ଅଧିକ ଗତିଶୀଳ କରିବା ସହ ପୌର ପ୍ରଶାସନକୁ ସଶକ୍ତ କରିବା ଦିଗରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କରି ନଗର ଉନ୍ନୟନ ବିଭାଗ ନୂଆ ବ୍ୟବସ୍ଥା ଲାଗୁ କରିଛି।
ଗ୍ୟାଙ୍ଗଟକ(ସତ୍ୟପାଠ ବ୍ୟୁରୋ): ସିକିମର ନାମଚି ଜିଲ୍ଲାରେ ନିର୍ମାଣାଧୀନ ତିସ୍ତା ଷ୍ଟେଜ୍-୫ ଜଳବିଦ୍ୟ…