୧୨ ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ: ପ୍ରବଳ ବର୍ଷା ସମ୍ଭାବନା, କେନ୍ଦୁଝରକୁ ରେଡ୍ ଆଲର୍ଟ
ଅବପାତ ରୂପ ନେବାକୁ ଯାଉଛି ବଙ୍ଗୋପସାଗରରରେ ସୃଷ୍ଟ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଅବପାତ ରୂପ ନେବାକୁ ଯାଉଛି ବଙ୍ଗୋପସାଗରରରେ ସୃଷ୍ଟ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଶେଷରେ ଧରା ପଡ଼ିଲା ହଂସ ଖିଆ କୁମ୍ଭୀର। ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତ ୩ ଦିନ ଧରି ବନ ବିଭାଗର ରେସ୍କ୍ୟୁ ଟିମ୍ ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଆଜି ସଫଳତା ମିଳିଛି।
ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଲଗାଣ ବର୍ଷାରେ ମାଟି ରାସ୍ତା କାଦୁଅ ପଚ ପଚ ହୋଇଥିବାବେଳେ ଖଟିଆରେ ବୁହା ହେଲା ମୃତଦେହ। ସବୁଠାରୁ ବିଡ଼ମ୍ବନାର ବିଷୟ ଗୋଟେ କି ୨ କିମି ନୁହେଁ ୮ କିମି କାଦୁଅ ରାସ୍ତାରେ ଖଟିଆରେ ବୁହାହେଲା ମୃତଦେହ। ଆମ୍ବୁଲାନ୍ସ ଆସିଲା, ହେଲେ ଗାଁକୁ ପହଞ୍ଚି ପାରିଲାନି ।
ପୋକରା ଭାତ ଖାଉଛନ୍ତି ପିଲା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ମଝିପଡ଼ାରେ ଥିବା ଉତ୍କଳ ବାଳାଶ୍ରମ ବିରୋଧରେ। କେବଳ ଏତିକି ନୁହେଁ ପିଲାମାନଙ୍କୁ କାମ କରିବା
ଅସରାଏ ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ। ପିଲାମାନେ ସ୍କୁଲ ଯିବାଠୁ ଆରମ୍ଭ କରି ବଜାରବାଟ, ମେଡିକାଲ ଯିବା ସବୁ ଏକପ୍ରକାର ଠପ ହୋଇଯାଏ। ବାରମ୍ବାର ଅଭିଯୋଗ ପରେ ଯାହା ଏକ ବ୍ରିଜ ନିର୍ମାଣ ହୋଇଥିଲା, ଚଳିତ ବର୍ଷାରେ ତାହା ବି ଗୋଟିଏ ପଟ ଧୋଇ ହୋଇଗଲା। ଫଳରେ କାଠ ଗଣ୍ଡି ପକାଇ ଲୋକେ ଯିବା ଆସିବା କରୁଥିବା ଦେଖାଯାଇଛି।
ସରପଞ୍ଚ ଚାମେଲି ଓଝାଙ୍କ ପିଚ୍ଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛନ୍ତି ସେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବ, ମାତ୍ର ଅଦାଲତଙ୍କ ଅନୁମତି ବିନା ଭୋଟ୍ର ଫଳାଫଳ ପ୍ରକାଶ ପାଇବ ନାହିଁ ।
ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏଥିରେ ୧୫୭ ଲୋକଙ୍କ ମୃତ୍ୟୁ ହୋଇଥିବା େବଳେ ୨୫୭ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଲଗାଣ ବର୍ଷାରେ କୋଟି କୋଟି ଟଙ୍କାର ସରକାର ସମ୍ପତ୍ତି ନଷ୍ଟ େହାଇଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା ରିପୋର୍ଟ ଅନୁଯାୟୀ, ଜୁନ ୩୦ରୁ ଅଗଷ୍ଟ ୯ ଭିତରେ ଭୂସ୍ଖଳନ ଓ ବନ୍ୟାରେ ୬୮ ଲୋକଙ୍କ ମୃତ୍ୟୁ ହୋଇଥିବା
ଆଇନଜୀବୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରିବା ଦାବିରେ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଦିନକ ପାଇଁ ସମୂହ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି।
ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ସ୍ଥିତି ବେହାଲ ହୋଇଛି। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଇସ୍ପାତ ନଗରୀ ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମାତ୍ର ଘଣ୍ଟାଏ ବର୍ଷାରେ ରାଉରକେଲା ସହରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି।
ଅଯୋଧ୍ୟାରେ ଆଜିଠୁ ଶ୍ରୀରାମ ମନ୍ଦିର ପାଇଁ ସିଇଓ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦ ପାଇଁ ମଇଦାନରେ ୧୮ ପ୍ରାର୍ଥୀ ଅଛନ୍ତି । ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥରେ ହେରଫେର ଏବଂ ଦାନ ଚୋରି ମାମଲା ସାମ୍ନାକୁ ଆସିବା ପରେ ଟ୍ରଷ୍ଟ ଏହାର ପ୍ରାଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ।
ମାଲକାନଗିରି ଏମ୍ଭି-୧୦୪ରେ କୁମ୍ଭୀର ଆତଙ୍କ ଦେଖାଯାଇଛି। ଗତ ୪ ଦିନ ମଧ୍ୟରେ ୧୦୦ରୁ ଅଧିକ କୁମ୍ଭୀର ଗିଳି ଦେଇଥିବା ସୂଚନା ମିଳିଛି। ୪ ଦିନ ପୂର୍ବରୁ ବିରାଟ କୁମ୍ଭୀର ପୋଟେରୁ ନଦୀରୁ ଚାଲି ଆସିଥିଲା ପୋଖରୀକୁ। ଗୋଟିଏ ପରେ ଆଉ ଗୋଟେ ହଂସ ଗିଳି ଚାଲିଥିଲା। ୪ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ହଂସ ଖାଇ ସାରିଲାଣି।
ସ୍ଥାନୀୟ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରେ ଉଦୟ ସାହୁଙ୍କ ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି। ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଦୋକାନ ଭିତରେ ପଶି ୩୦ ଗ୍ରାମ୍ ସୁନା ଗହଣା, ୧୫ କିଲୋରୁ ଊର୍ଦ୍ଧ୍ୱ ରୂପା ଗହଣା ଲୁଟି ନେଇଛନ୍ତି। ସକାଳେ ଦୋକାନ ଖୋଲିବା ପାଇଁ ଆସି ଶ୍ରୀ ସାହୁ ଦେଖିଥିଲେ ତାଲା ଭାଙ୍ଗି ଚୋରି ହୋଇଛି ।
ସୁନ୍ଦରଗଡ଼ରେ ଧଳା କାର୍ରେ ଆସି ସିରିଜ ଚୋରି ହୋଇଥିବା ଜଣାପଡ଼ିଛି। ସୁନ୍ଦରଗଡ଼ ସଦର ଥାନା ଅଧୀନ ପ୍ରଧାନପାଟ ଗାଁରେ ଏକାଧିକ ଘରକୁ ଟାର୍ଗେଟ୍ କରି ଚୋରି ହୋଇଛି । ଘରେ କେହି ନଥିବା ସୁଯୋଗ ନେଇ ଚୋରମାନେ ୩ଟି ଘରେ କଳାକନା ବୁଲାଇଛନ୍ତି । ସୂଚନା ଅନୁସାରେ, ଏକ ଧଳା କାର୍ରେ ଆସି ଚୋରମାନେ ଘରଗୁଡ଼ିକୁ ଟାର୍ଗେଟ୍ କରିଥିଲେ।
ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ଲୋକାୟୁକ୍ତ। ଏନେଇ ପ୍ରଥମ ବୈଠକ ଶେଷ ହୋଇଥିବାବେଳେ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ଲୋକାଯୁକ୍ତ ନିଯୁକ୍ତି ନେଇ ବୈଠକ ବସିଥିବାବେଳେ ଅର୍ଥ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବଶୀଘ୍ର ପ୍ରକ୍ରିୟା ସମାପ୍ତ ହେବ।
କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ହେଲେ ଆଜି ଏହି ଉକ୍ତିଟି ଭୁଲ ପ୍ରମାଣିତ ହୋଇଛି। ଚାଷ କାମ ଯାହାର ସମସ୍ୟା ହିଁ ସମସ୍ୟା ତାହାର ପାଲଟିଛି। ସମସ୍ୟାରେ ଭାର କ୍ରାନ୍ତ ହୋଇଛି ଚାଷୀ। ତଳି ପକାଇବାଠାରୁ ଆରମ୍ଭ କରି ଧାନ ବିକ୍ରି ଯାଏଁ ସମସ୍ୟାରେ ପୋତି ହୋଇଯାଉଛି କୃଷକ।
ଖୁବଶୀଘ୍ର ରାଜ୍ୟ କ୍ୟାବିନେଟ ବୈଠକ ବସିବାକୁ ଥିବାବେଳେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି। କେଉଁ ପ୍ରସ୍ତାବକୁ ମଞ୍ଜୁରୀ ମିଳିବ ସେନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ୧୨ ତାରିଖରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ରାଜ୍ୟର ବିକାଶ ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କିତ କେତେକ ବଡ଼ ନିଷ୍ପତ୍ତି ନିଆଯାଇପାରେ ।
ଗଞ୍ଜାମ ଜିଲ୍ଲାରେ ଅଶାନ୍ତ ହୋଇପଡ଼ିଛି ସମୁଦ୍ର। ପୂର୍ବରୁ ପୋଡ଼ମ୍ପେଟା ଅଞ୍ଚଳକୁ ଗ୍ରାସ କରିବା ପରେ ଏବେ ଆର୍ଯ୍ୟପଲ୍ଲୀରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଗତ ତିନି ଦିନ ଭିତରେ ସମୁଦ୍ରର ପ୍ରବଳ ଲହଡ଼ି ମାଡ଼ରେ ତିନି ତିନୋଟି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ସମୁଦ୍ରର ଏଭଳି କରାଳ ରୂପ ଦେଖି ସ୍ଥାନୀୟବାସୀ ଭୟଭୀତ ହୋଇପଡ଼ିଛନ୍ତି ।
ପୋଲ ନିକଟରେ ଲାଗିଛି ସତର୍କତା ଫଳକ । ବିପଦଶଙ୍କୁଳ ଘୋଷଣା କରାଯାଇଥିବାରୁ ପଥଚାରୀ ଓ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ମାତ୍ର ୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଲଟି ଦବି ଯାଇଥିବା ଦେଖାଯାଇଛି । ଏବେ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।