ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି : ୭ରେ ବିଜେପିର ‘ସେବା ଜ୍ୟୋତି ଯାତ୍ରା’
ଆସନ୍ତା ୭ ତାରିଖରେ ବିଜେପିର ସେବା ଜ୍ୟୋତି ଯାତ୍ରା । ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ୨୫ ବର୍ଷର ସୁଶାସନ, ଗରିବ କଲ୍ୟାଣ ଏବଂ ବିକାଶ ଯାତ୍ରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।
