ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଭାରତର ଦାବିକୁ କଡ଼ା ବିରୋଧ କଲା ପାକିସ୍ତାନ
ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପାଇଁ ଭାରତର ଦାବିକୁ ପାକିସ୍ତାନ ପୁଣି ଥରେ ବିରୋଧ କରିଛି। ଭାରତର ନାମ ନ ନେଇ, ଜାତିସଂଘରେ ପାକିସ୍ତାନର ରାଷ୍ଟ୍ରଦୂତ ଅସୀମ ଇଫତିକାର ଅହମ୍ମଦ କହିଛନ୍ତି ଯେ, ଇସଲାମାବାଦ ଜାତିସଂଘ ସୁରକ୍ଷା ପରିଷଦରେ ନୂତନ ସ୍ଥାୟୀ ସଦସ୍ୟଙ୍କୁ ସାମିଲ କରିବାକୁ ବିରୋଧ କରେ।
