ଆଶାରାମଙ୍କୁ ସୁପ୍ରିମକୋର୍ଟରେ ବଡ଼ ଝଟକା
ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। କୋର୍ଟ ରାୟ ଦେଇଛନ୍ତି ଯେ, ଆଶାରାମଙ୍କୁ ତୁରନ୍ତ ଜାମିନ ଦିଆଯାଇପାରିବ ନାହିଁ। ଆଶାରାମ ଜଣେ ପ୍ରଭାବଶାଳୀ ବ୍ୟକ୍ତି।
ନାବାଳିକା ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା। କୋର୍ଟ ରାୟ ଦେଇଛନ୍ତି ଯେ, ଆଶାରାମଙ୍କୁ ତୁରନ୍ତ ଜାମିନ ଦିଆଯାଇପାରିବ ନାହିଁ। ଆଶାରାମ ଜଣେ ପ୍ରଭାବଶାଳୀ ବ୍ୟକ୍ତି।
ଆଫଗାନିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପାକିସ୍ତାନର ବଡ଼ ଧରଣର ଆକ୍ରମଣକୁ ଭାରତ ଦୃଢ଼ ନିନ୍ଦା କରିଛି। ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଆଫଗାନିସ୍ତାନରେ ପାକିସ୍ତାନର ବିମାନ ଆକ୍ରମଣକୁ ଦୃଢ଼ ନିନ୍ଦା କରାଯାଉଛି। ଯେଉଁଥିରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ଜୀବନ ଯାଇଛି।
ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁର୍ଲା ଭିମସାରର ଦୁଇ ଅଧିକାରୀଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇଛି । ଏହି ଚଢ଼ଉରେ ଭିମସାରର ଏଷ୍ଟାବ୍ଲିସମେଣ୍ଟ ଅଫିସର ଧନୁର୍ଦ୍ଧର ବିଶ୍ୱାଳ ଏବଂ ଷ୍ଟିୱାର୍ଡ ସୁପରିନଟେଣ୍ଡେଣ୍ଟ ଅଶ୍ୱିନୀ ମେହେରଙ୍କ ନାମ ସାମ୍ନାକୁ ଆସିଛି ।
ଅବସର ଗ୍ରହଣ କରିବା ପୂର୍ବରୁ ଦେଶର ଶତ୍ରୁ ଏବଂ ଆତଙ୍କବାଦର ସଂଗଠକମାନଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ।
ରାୟଗଡ଼ାସ୍ଥିତ ମା' ମଝିଘରିଆଣୀ ମନ୍ଦିରକୁ ରେକର୍ଡ ୧.୨୬ କୋଟି ଟଙ୍କା ଦାନ ମିଳିଛି। ୯ଟି ହୁଣ୍ଡିରୁ ବାହାରିଲା ୧ କୋଟି ୨୨ ଲକ୍ଷ ୨୯ ହଜାର ୨୬୩ ଟଙ୍କା। ସେହିପରି ୧୩୦୦ ଗ୍ରାମର ରୁପା ଓ ୩୨ ଗ୍ରାମ ସୁନା ଅଳଙ୍କାର ମିଳିଛି।
ଖରିଫ ଚାଷ ଆରମ୍ଭ ହେଉ ନହେଉଣୁ ସାରର କଳା ବଜାରୀ ହେଉଥିବା ଅଭିଯୋଗ ହେଉଛି। ସାରର କଳାବଜାରୀ ଏବଂ ଅସାଧୁ ବ୍ୟବସାୟୀଙ୍କ ଶୋଷଣ ପ୍ରତିବାଦରେ ରାଇଘରରେ କୃଷକଙ୍କ ବିକ୍ଷୋଭ ଦେଖିବାକୁ ମିଳିଛି।
ଯମୁନା ଏକ୍ସପ୍ରେସୱେରେ ପୁଣି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ୍ସପ୍ରେସୱେର ମାଇଲଷ୍ଟୋନ୍ ୧୧୨ ଏବଂ ୧୧୩ ମଧ୍ୟରେ ଏକ ଯାତ୍ରୀବାହୀ ଭଲଭୋ ବସ୍ ଏବଂ ଗୋଟିଏ େଟ୍ରଲର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି।
ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ୧୨ ଚକିଆ ଟ୍ରକ। ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସୁନାୟନା ମେଟାଲ୍ ପାଖରେ ମୁଖ୍ୟ ରାସ୍ତାରେ ଏକ ମାଲବାହି ୧୨ ଚକିଆ ଟ୍ରକ୍ ନଂ ଜେ ଏଚ଼ ୧୯ଏ ୬୬୭୦ ଛିଡା
ରାମାୟଣ ନାଟକ ଚାଲିଥିବାବେଳେ ବାଣ ଫୁଟି ଜଳିଗଲା ମଞ୍ଚ। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅଞ୍ଚଳରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ନାଟକ ଚାଲିଥିବା ସମୟରେ ହଠାତ୍ ବାଣରୁ ଲାଗିଲା ନିଆଁ ।
ଶ୍ରୀକ୍ଷେତ୍ରରେ ସ୍ନାନପୂର୍ଣ୍ଣିମା ପରେ ଚତୁର୍ଦ୍ଦାମୂର୍ତ୍ତି ଏବେ ଅଣସର ଘରେ। ମହାପ୍ରଭୁଙ୍କ ଗୁପ୍ତସେବା ଚାଲିଥିବାବେଳେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଅଲାରନାଥ। ପୁରୀ ଜିଲ୍ଲା ବ୍ରହ୍ମଗିରିସ୍ଥିତ ଅଲାରନାଥ ପୀଠରେ ଅନବସର ଦର୍ଶନ ଆରମ୍ଭ ହୋଇଯାଇଛି।
ଦିଲ୍ଲୀରେ ବଢ଼ି ଚାଲିଥିବା ଅତ୍ୟଧିକ ବାୟୁପ୍ରଦୂଷଣକୁ ରୋକିବା ଓ ପରିବେଶ ଅନୁକୁଳ ଯାନବାହନକୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ନୂଆ ଇଲେକ୍ଟ୍ରିକ ଭେଇକଲ ପଲିସି -2026କୁ ମଞ୍ଜୁର କରିଛନ୍ତି। ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନୂତନ EV ନୀତି ଅନୁମୋଦନ କରାଯାଇଥିବାବେଳେ, ରାଜଧାନୀରେ ପଞ୍ଜିକୃତ ହୋଇଥିବା ବୈଦ୍ୟୁତିକ କାରଗୁଡ଼ିକୁ ରାସ୍ତା ଟିକସ ଏବଂ ପଞ୍ଜିକରଣ ଫି’ରୁ 100 ପ୍ରତିଶତ ଛାଡ଼ ଦିଆଯାଇଥିବା ଘୋଷଣା କରାଯାଇଛି।
ମହାରାଷ୍ଟ୍ରର ସବୁ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ବାଧ୍ୟତାମୂଳକ କରାଯାଇଛି। ମହାରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଦାଦା ଭୁସେ ସୋମବାର ଘୋଷଣା କରିଛନ୍ତି ଯେ ରାଜ୍ୟର ସମସ୍ତ ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମରାଠୀ ଏକ ବାଧ୍ୟତାମୂଳକ ବିଷୟ ହେବ। ସେ କହିଛନ୍ତି ଯେ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହେଉଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ବିରୁଦ୍ଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଏବେ ଜ୍ୱରରେ ପୀଡ଼ିତ। ଏହି ସମୟରେ ୧୫ ଦିନ ପାଇଁ ସେ ରତ୍ନସିଂହାସନ ଛାଡ଼ି ଶ୍ରୀମନ୍ଦିରର ଅଣସର ଘରେ ଗୁପ୍ତ ସେବାରେ ରହିବେ।
ଦିଲ୍ଲୀରେ ବଢ଼ି ଚାଲିଥିବା ଅତ୍ୟଧିକ ବାୟୁପ୍ରଦୂଷଣକୁ ରୋକିବା ଓ ପରିବେଶ ଅନୁକୁଳ ଯାନବାହନକୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ନୂଆ ଇଲେକ୍ଟ୍ରିକ ଭେଇକଲ ପଲିସି -2026କୁ ମଞ୍ଜୁର କରିଛନ୍ତି।
ଚଳିତ ବର୍ଷ ଅମରନାଥ ଗୁମ୍ଫାରେ ଥିବା ପ୍ରାକୃତିକ ହିମଲିଙ୍ଗ ଦ୍ରୁତ ଗତିରେ ତରଳିବାରେ ଲାଗିଛନ୍ତି। ସ୍ୱାଭାବିକ ଅପେକ୍ଷା ଅଧିକ ଗରମ ଯୋଗୁ ହିମଲିଙ୍ଗ ଏଭଳି ତରଳୁଥିବା ଅନୁମାନ କରାଯାଉଛି ।
ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଘରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାମ ମନ୍ଦିର ଦାନ ଚୋରି ମାମଲାରେ ଅଭିଯୁକ୍ତଙ୍କ କେସ୍ ନ ଲଢ଼ିବାକୁ କଡ଼ା ଚେତାବନୀ ଦେଇଛି ଓକିଲ ସଂଘ। ଅଯୋଧ୍ୟାର ରାମ ମନ୍ଦିର ସହିତ ଜଡିତ ପାଣ୍ଠି ଆତ୍ମସାତ ମାମଲାରେ ଅଭିଯୁକ୍ତଙ୍କ କେସ୍ ନଲଢ଼ିବାକୁ ନିଷ୍ପତ୍ତି ନେଇଛି ଉତ୍ତର ପ୍ରଦେଶର ଫୈଜାବାଦ ବାର ଆସୋସିଏସନ ।
ରକ୍ତହୀନତା ମୁକ୍ତ ଭାରତ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ ଲାଇନ ଜାରି କରିଛନ୍ତି। ଖୁବଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ୭x୭x୭ ରଣନୀତି ।