ମୋଦୀଙ୍କ ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି ଭେଟି ଦେବେ ୪୮ ହଜାର କୋଟିର ପ୍ରକଳ୍ପ
ମୟୂରଭଞ୍ଜ ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଥିପାଇଁ ସ୍ୱାଗତ ଅପେକ୍ଷାରେ ରହିଛି ମୟୁରଭଞ୍ଜ। ଏ ନେଇ ଜୋରଦାର ପ୍ରସ୍ତୁତି ଜାରି ରହିଛି। ମୋଦୀଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ତଥା ରାଜ୍ୟବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ତେବେ କାର୍ଯ୍ୟସୂଚୀ ଅନୁସାରେ ଶନିବାର ପ୍ରାୟ ୧୧:୧୫ ଦିନ ସମୟରେ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ପରିଦର୍ଶନ କରିବେ। ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡପୁର ସ୍କୁଲରେ ପ୍ରାର୍ଥନା କରିବେ
