ରାଜ୍ୟ କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ବିଜୁଳି ଭିତ୍ତିଭୂମି ପାଇଁ ୧୬୦୦ କୋଟି, ୧୮ ପ୍ରସ୍ତାବକୁ ମୋହର
ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍…
ଭୁବନେଶ୍ୱର, (ସତ୍ୟପାଠବ୍ୟୁରୋ) : ରାଜ୍ୟ କ୍ୟାବିନେଟରେ ସମୃଦ୍ଧ ଓଡିଶା ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍…
ଭୁବନେଶ୍ୱର, ୦୭/୦୯/୨୦୨୬: ଏମଏମଡିଆର ସଂଶୋଧନ ଆକ୍ଟକୁ ଓଡ଼ିଶାର ସ୍ୱାର୍ଥ ବିରୋଧୀ ବୋଲି ଅଭିହିତ କରି…
ଆରାବଳୀ ପାହାଡ଼ ମାମଲା ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦେବାକୁ କମିଟିକୁ ନିର୍ଦ୍ଦେଶ ଦେଲେ ସିଜେଆଇ। ଆରାବଳୀ ପାହାଡ଼ର ସଂଜ୍ଞା ନିରୂପଣ ନେଇ ଗଠିତ ହାଇ ପାୱାର୍ଡ କମିଟି ଉପରେ ଖପ୍ପା ସିଜେଆଇ ସୂର୍ଯ୍ୟକାନ୍ତ । ସମୟସୀମା ବୃଦ୍ଧି ଆବେଦନକୁ ସୁପ୍ରିମକୋର୍ଟଙ୍କ ସିଜେଆଇ ସୂର୍ଯ୍ୟକାନ୍ତ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସହ ନିରାଶା ପ୍ରକାଶ କରିଛନ୍ତି ।
ଘର ପରିବାର ଛାଡ଼ି ପେଟକୁ ୨ ମୁଠା ଦାନା ପାଇଁ ଦାଦନ ଖଟିବାକୁ ଯାଇଥିବାବେଳେ, ସେତକ ବି ଦଇବ ସହି ପାରିଲା ନାହିଁ। ଜୀବନକୁ ଜିଇଁବା ଆଗରୁ ମାତ୍ର ୧୯ ବର୍ଷ ବୟସରେ ଚିର ଦିନ ପାଇଁ ଶୋଇ ପଡ଼ିଲେ। ପୁଅର ହସ ହସ ମୁହଁ ଭୁଲି ପାରୁ ନଥିବାବେଳେ ମାଆ ଆଖିରୁ ଶୁଖୁନି ଲୁହ। ମାଆ କୋଳ ଶୂନ୍ୟ କରିଦେଇଛି ରାୟଗଡ଼ ବ୍ଲକ ମୁନିସିଂ ଗ୍ରାମର ଚନ୍ଦ୍ର ଗମାଙ୍ଗ।
ମୟୂରଭଞ୍ଜ ଜିଲ୍ଲାରେ ଶିଶୁ ହୃଦ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସ୍କ୍ରିନିଂ ଯୋଗୁଁ ଚିହ୍ନଟ ହେଉଛି ଅଧିକ ମାମଲା। ଜିଲ୍ଲାର କେବଳ ଗ୍ରାମାଞ୍ଚଳ ନୁହେଁ ସହରାଞ୍ଚଳର ମଧ୍ୟ କୁନି କୁନି ଶିଶୁ ମାନେ ଜନ୍ମଗତ ହୃଦରୋଗରେ ପୀଡ଼ିତ ହେଉଥିବା ଦେଖାଯାଇଛି। ପ୍ରତି ୧୦୦ ଜଣ ନବଜାତକଙ୍କ ମଧ୍ୟରେ ପ୍ରାୟ ଜଣେରୁ ୨ ଜଣ ଶିଶୁଙ୍କଠାରେ ଜନ୍ମଗତ ହୃଦରୋଗ ବା ଅନ୍ୟାନ୍ୟ ଜନ୍ମଗତ ତ୍ରୁଟି ଦେଖାଯାଉଛି।
ଭରାନଈ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ତେଲେନଡିହି ଗାଁ ଲୋକେ। ବାହ୍ୟଜଗତରୁ ଗାଁ ଲୋକେ ଏକପ୍ରକାର ବିଚ୍ଛିନ୍ନ ହୋଇ ରହୁଥିବାବେଳେ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି ଗୁରୁତର ରୋଗୀ ଭରା ନଈରେ ପଶି ଯିବା ଆସିବା କରିଥାନ୍ତି। ଚତୁର୍ଧାରା ନଦୀରେ ପାଣି ଭରିଗଲେ ବାହ୍ୟଜଗତରୁ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ ତେଲେନଡିହି ଗାଁ।
ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦେଶକ (ଡିଜିପି) ଚୟନ ଓ ଏମ୍ପ…
ରାୟଗଡ଼ା ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜନ ଶୁଣାଣି ଶିବିର ଚାଲୁଥିବା ସମୟରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଜେମାଦେଇପେଣ୍ଠ ଗାଁର ଏହି ପରିବାର ନିଜର ନ୍ୟାୟ ପାଇଁ ଶିବିରକୁ ଆସିଥିବା ସମୟରେ ଏଭଳି ଚରମ ପଦକ୍ଷେପ ନେବାକୁ ଚେଷ୍ଟା କରିଥିଲେ। ତେବେ ଉପସ୍ଥିତ ପୋଲିସ କର୍ମଚାରୀଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳି ଯାଇଛି।
ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ଆଇଏଏସ ନିତ୍ୟାନନ୍ଦ ମହାନ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜିଲ୍ଲା ଭିଜିଲାନ୍ସ ସ୍ପେଶାଲ ଜଜ୍। ଚାଉଳ ଓ ଗହମ ପରିବହନ ପାଇଁ ୯ ଲକ୍ଷ ଟଙ୍କା ହେରଫେର ମାମଲାରେ ଢେଙ୍କାନାଳର ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ (ଡିଆରଡିଏ) ସୂର୍ଯ୍ୟ ନାରାୟଣ ଦାସ, ପରିବହନ ଠିକାଦାର ସତ୍ୟାନନ୍ଦ ବଳସାମନ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକ ଡେଙ୍ଗୁଲା ପଞ୍ଚାୟତର କୁଲ୍ଲା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ କୁଲ୍ଲା ଗାଁର ହୃଷୀକେଶ ନାୟକ (୪୦)। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀ ଜଙ୍ଗଲରୁ ବାହାରି କୁଲ୍ଲା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରକୁ ପଶି ଆସିଥିଲା। ହାତୀଟି ସ୍କୁଲର ଗୋଦାମ ଘର ଭାଙ୍ଗି ସେଠାରେ ରଖାଯାଇଥିବା ଗହମ ଖାଇ ଉତ୍ପାତ କରିଥିଲା। ଗ୍ରାମବାସୀ ଏହା େଦଖି ଏକତ୍ରିତ ହୋଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।
ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଝାରବନ୍ଧ ପଞ୍ଚାୟତର ତିଲେଇମାଲ ଗ୍ରାମରେ ଦୁଃଖଦ ଘଟଣା ଘଟିଛି। ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ୨ ଭଉଣୀଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତକ ହେଲେ ତିଲେଇମାଲ ଗ୍ରାମର ନୀଳକଣ୍ଠ ହଂସଙ୍କ ଝିଅ ଯଶୋଦା ହଂସ (୮) ଓ ଗୁପ୍ତେଶ୍ବରୀ ରୀ ହଂସ (୬)। ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବ ସହ ତଦନ୍ତ ଆରମ୍ଭ କରିଛି।
ଦେଶରେ ମୌସୁମୀ ସକ୍ରିୟ ହେବା ଦିନଠାରୁ ଉତ୍ତର-ମଧ୍ୟ ଭାରତରେ ତାଣ୍ଡବ ରଚୁଛି ପ୍ରକୃତି। ଏହାରି ମଧ୍ୟରେ ବିହାରରେ ବନ୍ୟା ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ନେପାଳରେ ପ୍ରବଳ ବର୍ଷା ପରେ ଉପରମୁଣ୍ଡରୁ ପାଣି ଆସିବା ଯୋଗୁଁ ବିହାରର ଅନେକ ନଦୀର ଜଳସ୍ତର ବୃଦ୍ଧି ପାଇଛି।
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ତଥା ଉତ୍ତର ପ୍ରଦେଶର ପୂର…
ଆମେରିକା-ଇରାନ ମଧ୍ୟରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିହଟିବା ବେଳେ ଏହାରି ମଧ୍ୟରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଇରାନକୁ ଧମକ ଦେଇଛନ୍ତି।
ଫୁଟବଲ ଖେଳିଲା ହାତୀ। ଏହି ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳରେ। କିଛି ସମୟ ପାଇଁ ଯେମିତି ଲାଗୁଥିଲା ସର୍କସରେ ହାତୀ ଖେଳୁଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଦେଶର ବିଭିନ୍ନ ହାଇକୋର୍ଟରେ ଆଠ ଜଣ ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୁପ୍ରିମକୋର୍ଟ କଲେଜିୟମ ସେମାନଙ୍କୁ ସୁପାରିସ କରିବାର କିଛି ଦିନ ପରେ ଏହି ନିଯୁକ୍ତି ଦିଆଯାଇଛି।
ପାରଳାଖେମୁଣ୍ଡି ସବ୍ ଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି। ପୋଲିସ ହେପାଜତରେ ଜେଲରେ ଥିବା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସପ୍ତାହେ ହେଲାଣି ଗାଁରେ ବ୍ୟାପୀବାର ଲାଗିଛି ଅଜଣା ଜ୍ବର। ପିଲାଠୁ ବୟସ୍କ ସମସ୍ତେ ଜ୍ବରରେ ଆକ୍ରାନ୍ତ ହୋଇ ଛଟପଟ ହେଉଛନ୍ତି। ହେଲେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।