ମହାନଦୀ ଜଳ ବିବାଦ: ଛତିଶଗଡ଼ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ଶାହ
ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଥରେ ଆଶା ସଞ୍ଚାର ହୋଇଛି । ବିବାଦର ଆଇନଗତ ପ୍ରକ୍ରିୟା ସହ ସମାନ୍ତରାଳ ଭାବେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ଓ ବୈଷୟିକ ସ୍ତରରେ ସମାଧାନର ବାଟ ଖୋଜାଯାଉଛି।
