ଆଫଗାନିସ୍ତାନରେ ଭୂକମ୍ପ ଝଟକା, ୫.୩ ତୀବ୍ରତା ରେକର୍ଡ
ଆଫଗାନିସ୍ତାନର ସମ୍ବେଦନଶୀଳ ଏବଂ ପାହାଡ଼ିଆ ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସେସ୍ ଅନୁଯାୟୀ, ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୩ ରେକର୍ଡ କରାଯାଇଛି। ଭାରତୀୟ ସମୟ ଅନୁସାରେ ସକାଳ ପ୍ରାୟ ୬ଟା ୫୯ ମିନିଟ୍ ସମୟରେ ଏହି ଭୂକମ୍ପ ଘଟିଥିଲା। ଭୂମିର ଅତି ନିକଟରେ କେନ୍ଦ୍ରସ୍ଥଳ ଥିବାରୁ ଆଖପାଖ ଅଞ୍ଚଳରେ ଏହାର ପ୍ରଭାବ ବେଶ୍ ଅଧିକ ଅନୁଭୂତ ହୋଇଥିଲା ।
