ଏସଆଇଆର ପ୍ରକ୍ରିୟା: ହରିୟାଣାରେ ବାଦ୍ ପଡ଼ିଲେ ୩୪ ଲକ୍ଷ ଭୋଟର
ହରିୟାଣାରେ ପ୍ରଥମ ପର୍ଯ୍ୟାୟ ଏସଆଇଆର ପ୍ରକ୍ରିୟା ଶେଷ ହୋଇଛି । ଏହା ପରେ ରାଜ୍ୟର ୯୦ଟି ବିଧାନସଭା ଆସନ ପାଇଁ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରାଯାଇଛି । ଭୋଟର ତାଲିକା ଯାଞ୍ଚ ସମୟରେ ପ୍ରାୟ ୩୪ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡ଼ିଛି। ୨୦ ହଜାର ୬୨୯ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ୨ କୋଟି ୬ ଲକ୍ଷରୁ ଅଧିକ ଭୋଟରଙ୍କୁ ଗଣନା ଫର୍ମ ବଣ୍ଟନ କରିଥିଲେ ।
