ଇସଲାମାବାଦ ପରେ ଭାରତ ପାଳି,ପାକିସ୍ତାନ ହାଇକମିସନରୁ ହଟିଲା ସୁରକ୍ଷା ଘେରା
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ ନିକଟରୁ ସୁରକ୍ଷା ଘେ…
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ ନିକଟରୁ ସୁରକ୍ଷା ଘେ…
ଦିଲ୍ଲୀ-ଏନସିଆରରେ ବୃଦ୍ଧିପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆୟୋଗ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବାୟୁ ଗୁଣବତ୍ତାକୁ ସୁଧାରିବା ତଥା ପରିବହନ ଜନିତ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏନ-୧ ଏବଂ ଏନ-୨ ବର୍ଗର ମାଲବାହୀ ଯାନଗୁଡ଼ିକ ପାଇଁ ନୂତନ ପଞ୍ଜୀକରଣ ପାଇଁ ଘୋଷଣା କରାଯାଇଛି। ଆଗାମୀ ଦିନରେ ଏହି ଅଞ୍ଚଳରେ କେବଳ ବୈଦ୍ୟୁତିକ ଯାନ ଗୁଡ଼ିକୁ ମାଲବାହୀ ଯାନ ଭାବରେ ଅନୁମତି ଦିଆଯିବ।
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
‘ବନ୍ଦେ ମାତରମ’କୁ ନେଇ କଂଗ୍ରେସର ସିଡବ୍ଲୁସି ନିଷ୍ପତ୍ତି ପରେ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ଏନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ବିଭାଜନର ତ୍ରୁଟିକୁ ପୁଣି ଥରେ ଦୋହରାଉଛି । ୧୯୩୭ରେ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରାମକୁ ନେଇ କଂଗ୍ରେସ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ପୂର୍ବରୁ ହୋଇଥିବା ଭୁଲର ପରିଣାମ ଆମେ ଏବେ ଯାଏ ଭୋଗ କରୁଛି।
ବିଶ୍ବ ମଞ୍ଚରେ ସାଣିତ ହେଲା ଭାରତର ସ୍ବର। ଜାତିସଂଘରେ ଭାରତ ଦୃଢ଼ ଦାବି ରଖିଥିବାବେଳେ ସୁରକ୍ଷା ପରିଷଦର ଅଧିକ ସଂସ୍କାର ଜରୁରୀ ବୋଲି ନିଜ ମତ ରଖିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ସଂସ୍କାର ପାଇଁ ପୁଣି ସମର୍ଥନ ଦୋହରାଇଛି ଭାରତ। ୟୁଏନଏସସିର କାର୍ଯ୍ୟକାରିତା ଉପରେ ବାର୍ଷିକ ଖୋଲା ବିତର୍କରେ ଭାରତ କହିଛି ଯେ, ସୁରକ୍ଷା ପରିଷଦର ସଂସ୍କାରର ଆବଶ୍ୟକତା ପୂର୍ବ ଅପେକ୍ଷା ସ୍ପଷ୍ଟ ଏବଂ ଅଧିକ ଜରୁରୀ।
ବାଂଲାଦେଶ ରାଜନୀତିରେ ଆଜି ଏକ ବଡ଼ ଦିନ। ଦୀର୍ଘ ୩୫ ବର୍ଷ ପରେ ଦେଶରେ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନୀ ମୁକାବିଲା ଦେଖିବାକୁ ମିଳୁଛି । ରାଷ୍ଟ୍ରପତି ପଦ ପାଇଁ ମିର୍ଜା ଫଖରୁଲ ଇସଲାମ ଆଲମଗୀର ଏବଂ କର୍ଣ୍ଣେଲ ଓଲି ଅହମଦଙ୍କ ମଧ୍ୟରେ ମୁଖ୍ୟ ମୁକାବିଲା ହେଉଛି । ସଂସଦରେ ହେବାକୁ ଥିବା ଏହି ନିର୍ବାଚନରେ ୩୪୯ ଜଣ ସାଂସଦ ମତଦାନ କରିବେ । ଦେଶର ରାଜନୈତିକ ପରିବର୍ତ୍ତନ ପରେ ଏହି ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦିଆଯାଉଛି ।
ମାହାଙ୍ଗା ବ୍ଲକରେ ଉନ୍ନୟନ କାର୍ଯ୍ୟକୁ ନେଇ ବିବାଦ ଦେଖାଯାଇଛି। ଏନେଇ ବଡ଼ ଅଭିଯୋଗ ଆସିଛି। ଯୋଗ୍ୟ ଭିତ୍ତିଭୂମି ଥିବା ସତ୍ତ୍ୱେ ୩୭ଟି ପ୍ରକଳ୍ପକୁ କାଗଜପତ୍ରରେ ଅଯୋଗ୍ୟ ଦର୍ଶାଇ ଉନ୍ନୟନ କାମ ରୋକିବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ମାହାଙ୍ଗା ବ୍ଲକର ୭ ଜଣ ଯନ୍ତ୍ରୀଙ୍କୁ କଟକ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।
ଦୀର୍ଘ ୪ ଦିନ ପରେ ସ୍କୁଲରେ ଫସିଥିବା ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କୁଳସାହି ସ୍କୁଲରେ ଫସିଥିଲେ ୨୪୮ ଜଣ ଛାତ୍ରଛାତ୍ରୀ। ଓଡ୍ରାଫ୍ଟ ଟିମ, ଅଗ୍ନିଶମ ବାହିନୀ ଓ ପୋଲିସ ସହାୟତାରେ ଜିଲ୍ଲା ପ୍ରଶାସନ ସେମାନଙ୍କୁ ସ୍ଥାନାନ୍ତର କରିଛି। ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।
ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଶିକ୍ଷୟତ୍ରୀ ଓ ତାଙ୍କ ପରିବାର ଲୋକଙ୍କ ଉପରେ ଭୁଜାଲିରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଏହି ଛାତିଥରା ଘଟଣା ବାଲେଶ୍ୱର ଔପଦାରେ ଘଟିଛି। ଜଣେ ଶିକ୍ଷୟିତ୍ରୀଙ୍କୁ ଦୀର୍ଘଦିନ ଧରି ଏକତରଫା ପ୍ରେମ କରୁଥିବା ଜଣେ ଶିକ୍ଷକ ଶେଷରେ ତାଙ୍କ ପରିବାର ଉପରେ ଭୁଜାଲିରେ ଆକ୍ରମଣ କରିଛି।
ପ୍ରେମିକ ଘରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପ୍ରେମିକ ଘରେ ପ୍ରେମିକାର ମୃତ୍ୟୁ ହୋଇଥିବାବେଳେ ପ୍ରେମ ବ୍ୟାପାରକୁ ନେଇ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଅଞ୍ଚଳରେ ଘଟିଛି ଏହି ଘଟଣା। ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ଜଣେ ଯୁବକଙ୍କୁ ଗିରଫ କରିଛି।
ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ । ମୁହାଁମୁହିଁ ହେଲେ ପୁଲିସ ଓ ଅନଲାଇନ୍ ଗାଡ଼ିଚାଳକ । ରାସ୍ତା ଉପରେ ଗାଡ଼ି ରଖି ରାସ୍ତାରୋକ କରିବା ସହ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ଉଗ୍ର ହେବାରୁ ପୁଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି । ମାଷ୍ଟରକ୍ୟାଣ୍ଟିନରେ ଆନ୍ଦୋଳନକାରୀ ଡ୍ରାଇଭରମାନେ ପୁଲିସ ଉପରକୁ ଟେକାପଥର ମାଡ଼ କରିଥିବା ଅଭିଯୋଗ ହୋଇଛି ।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିଲା ରାସ୍ତା, ହେଲେ ଦୁଇ ବର୍ଷ ବି ଗଲାଣି। ଗୋଟିଏ ବର୍ଷାରେ ରାସ୍ତା ଅବସ୍ଥା ବେହାଲ ହୋଇଥିବାବେଳେ ପୁରା ଧୋଇଯାଇଥିବା ଦେଖିବାକୁ ମିଳିଛି। ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି। ଏହି ରାସ୍ତାରେ ଯିବା ଆସିବା ଅସମ୍ଭବ ହୋଇପଡ଼ିଛି। ଦିନ କେଇଟାରେ ୫୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ନିର୍ମିତ ରାସ୍ତାର ଏଭଳି ଦୁରବସ୍ଥାକୁ ନେଇ ତାତିଛନ୍ତି ଗ୍ରାମବାସୀ।
ଯେଉଁଠାରେ ପାଠ ପଢ଼ିବା ପାଇଁ କୋଠା ଘର ଖଣ୍ଡିଏ ନାହିଁ, ସେଠାରେ ପିଲାଙ୍କୁ ମାଗଣା ବହି, ୟୁନିଫର୍ମ ଓ ମଧ୍ୟାହ୍ନ ଭୋଜନ କେଉଁ ଉଦ୍ଦେଶ୍ୟରେ ବଣ୍ଟନ କରାଯାଉଛି। ମୂଳ ଉଦ୍ଦେଶ୍ୟ ଧୀରେ ଧୀରେ ବାଟବଣା ହେବାରେ ଲାଗିଛି। ଆଉ ମଉଳିବାରେ ଲାଗିଛି ଶିକ୍ଷାର ବିକାଶ ନେଇ ଥିବା ଆଶା। ଭିତ୍ତି ଭୂମି ହିଁ ପିଲାଙ୍କ ପାଠ ପଢ଼ା ପାଇଁ ପ୍ରଥମ ଓ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା।
ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ପୁଣି ହାତୀ ଆତଙ୍କ। କିଛି ଦିନର ବ୍ୟବଧାନ ପରେ ପୁଣି ଗାଁ ମୁହାଁ ହୋଇଛି ହାତୀପଲ। ମୁରିବାହାଲ ରେଞ୍ଜ ଅନ୍ତର୍ଗତ କୁମ୍ଭାରୀ ଗାଁର ମାଝୀପଡ଼ାରେ ପଶିଛନ୍ତି ୧୬ ଟିକିଆ ହାତୀପଲ। ହାତୀପଲ ଗାଁ ଭିତରେ ପଶି ଘରଦ୍ୱାର ଭାଙ୍ଗିବା ସହ ଧାନ ଓ ପଳା ନଷ୍ଟ କରିଥିବା ଅଭିଯୋଗ ହୋଇଛି।
ମଧ୍ୟପ୍ରଦେଶରେ ବଡ଼ ଧରଣର ସଡକ ଦୁର୍ଘଟଣା। ଭିଣ୍ଡ ଜିଲ୍ଲାସ୍ଥିତ ୭୧୯ ନ୍ୟାସନାଲ ହାଇୱେର ଗୋହଦ ଚୌରାହା ଥାନା ଅଞ୍ଚଳର ଛିମକା ଗାଁ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଟ୍ରକ୍ ସହିତ ଧକ୍କା ହେବାରୁ ଫଳରେ ୮ଜଣଙ୍କର ମୃତ୍ୟୁ ସମେତ ୨୫ ଜଣ ଆହତ ହୋଇଛନ୍ତି।
ବହୁଚର୍ଚ୍ଚିତ ଅଯୋଧ୍ୟାର ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାର ତଦନ୍ତ ଜାରି ରହି ଥିବାବେଳେ ଚମ୍ପତ ରାୟ ଓ ଅନିଲ ମିଶ୍ରାଙ୍କୁ କ୍ଲିନ୍ ଚିଟ୍ ଦିଆଯାଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାରେ ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ରାଜ୍ୟ ସରକାରଙ୍କୁ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି।
ଗତ ଜୁନ ମାସରେ ହୋଇଥିବା ୟୁଜିସି ନେଟ୍-୨୦୨୬ ପରୀକ୍ଷାରେ ବିଭିନ୍ନ ଅନିୟମିତତା ଓ ବିବାଦ ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ରମେ ଶିକ୍ଷା ବିଭାଗ ପକ୍ଷରୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (ଏନଟିଏ)ରେ ବ୍ୟାପକ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଯାଇଛି।
ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ନୂଆ ଟିମ ଘୋଷଣା ହୋଇଛି। ଏହି ଟିମରେ ଅଭିଜ୍ଞ ନେତାଙ୍କ ସହ ବହୁ ସଂଖ୍ୟକ ଯୁବ ଓ ମହିଳା ନେତ୍ରୀଙ୍କୁ ସଂଗଠନରେ ଗୁରୁତ୍ୱ ଦିଆଯାଇଛି। ୨୦୨୯ ନିର୍ବାଚନକୁ ନଜରରେ ରଖି ଏହି ପରିବର୍ତ୍ତନ କରାଯାଇଥିବା କୁହାଯାଉଛି। ସଦ୍ୟ ପ୍ରକାଶିତ ତାଲିକା ଅନୁସାରେ ୧୩ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା