ନଦୀର ଅସ୍ତିତ୍ୱ ବଜାୟ ରଖିବା ପାଇଁ ବଡ଼ ନିଷ୍ପତ୍ତି ଗଙ୍ଗା-ଯମୁନା କୂଳରୁ ହଟିବ ବେଆଇନ ଜବରଦଖଲ: ସୁପ୍ରିମକୋର୍ଟ
ନଦୀର ଅସ୍ତିତ୍ୱ ଏବଂ ଏହାର ପ୍ରାକୃତିକ ପ୍ରବାହକୁ ବଜାୟ ରଖିବା ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ବିହାରର ରାଜଧାନୀ ପାଟନାସ୍ଥିତ ଗଙ୍ଗା ନଦୀ କୂଳ ଏବଂ ଉତ୍ତର ପ୍ରଦେଶର ପବିତ୍ର ଧାମ ବୃନ୍ଦାବନରେ ଯମୁନା ନଦୀ ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟକୁ ନେଇ କୋର୍ଟ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି। ପରିବେଶ ଏବଂ ନଦୀର ପରିସଂସ୍ଥା ସହ କୌଣସି ପ୍ରକାର ଅପ୍ରିତିକର କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
