ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ୨ ମୃତ, ୧ ଗୁରୁତର
କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।
କୋରାପୁଟ ସଦର ଥାନା ଅନ୍ତର୍ଗତ ଡଲିଆମ ବ୍ରିଜ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି।
ସୁନ୍ଦରଗଡ଼ ସମେତ ଦେଶର ୭୦ଟି ଭେଷଜ ମହାବିଦ୍ୟାଳୟକୁ ଭାରତ ସରକାରଙ୍କ ଜାତୀୟ ଆୟୁର୍ବିଜ୍ଞାନ ଆୟୋଗ (ଏନ୍ଏମ୍ସି)ଙ୍କ ନୋଟିସ।
ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ୭.୨୬ ବିଲିଅନ ଡଲାର ବୃଦ୍ଧି ପାଇ ୬୭୪.୧୯ ବିଲିଅନ ଡଲାରରେ ପହଞ୍ଚିଛି। ବିଦେଶୀ ମୁଦ୍ରା ଭଣ୍ଡାର ପ୍ରତି ସର୍ବାଧିକ ଯୋଗଦାନ ରଖୁଥିବା ବିଦେଶୀ ମୁଦ୍ରା
ବିଶ୍ବପ୍ରସିଦ୍ଧ ରଥଯାତ୍ରା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ରଥଯାତ୍ରା ପାଇଁ ଶୁକ୍ରବାର ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଜମି ଲିଜ୍ ରେକର୍ଡ଼ର ସଠିକ୍ ରକ୍ଷଣାବେକ୍ଷଣ କରିବା ଜରୁରୀ ହୋଇପଡ଼ିଛି। ଜମି ଲିଜ୍ ସମ୍ବନ୍ଧୀୟ ମାମଲାରେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଓ ବିଧିବଦ୍ଧ ପ୍ରକ୍ରିୟାର ଯଥାର୍ଥ ପାଳନକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ଆବଶ୍ୟକୀୟ ସଠିକ୍ ସଂରକ୍ଷିତ ରେକର୍ଡ଼ ପ୍ରଦାନ କରିବା
ସରକାରୀ ଚାକିରିଟିଏ ମିଳିଲେ, ବାବୁମାନେ ସରକାରଙ୍କ ମାଲ ଦରିଆ ମେଁ ଡାଲ ନୀତି ଆପଣେଇଥାନ୍ତି। ସରକାରଙ୍କ ସମସ୍ତ ସୁବିଧା ନେବା ସହ ସରକାରୀ ଅର୍ଥ ମଧ୍ୟ ଲୁଟିବାକୁ ପଛାନ୍ତି ନାହିଁ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ। ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି।
ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ୫ମ କିସ୍ତି। ଟଙ୍କା ବିତରଣକୁ ସୁଚାରୁ ରୂପେ ସମ୍ପନ୍ନ କରିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ସମୀକ୍ଷା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ତିନି ଦେଶୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଶୁକ୍ରବାର ନ୍ୟୁଜିଲାଣ୍ଡରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି।
ସ୍ନାନ ଯାତ୍ରା ପରେ ଜ୍ବରରେ ପୀଡ଼ିତ ଶ୍ରୀଜିଉ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଫୁଲୁରି ତେଲ ଓ ଓଷୁଅ ଲାଗି ପରେ ପ୍ରଭୁ ଧିରେ ଧିରେ ସୁସ୍ଥତା ଲାଭ କରୁଥିବାର ବିଶ୍ୱାସ ଦଇତାପତିଙ୍କ ମନରେ ଆସିଥାଏ ।
ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ୭,୦୦୦ କୋଟି ବ୍ୟୟର ମହତ୍ୱାକାଂକ୍ଷୀ "ମିସିଂ ଲିଙ୍କ୍" ପ୍ରକଳ୍ପର ନୂତନ ରାସ୍ତାରେ ପ୍ରଥମ ବର୍ଷାରେ ହିଁ ଭୂସ୍ଖଳନ ଘଟିବା ପରେ ମହାରାଷ୍ଟ୍ରରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।
ଆନ୍ଧ୍ରପ୍ରଦେଶର ତିରୁପତିସ୍ଥିତ ଏକ ବିବାହ ମଣ୍ଡପରେ ହତ୍ୟାକାଣ୍ଡ ହୋଇଛି। ବୁଧବାର ରାତିରେ ଏକ ବିବାହ ଉତ୍ସବ ଚାଲିଥିବାବେଳେ ଲକ୍ଷ୍ମୀପୁରମ ସର୍କଲ ନିକଟସ୍ଥ ଶ୍ରୀ ପଦ୍ମାବତୀ କଲ୍ୟାଣ ମଣ୍ଡପରେ ଦୁଇ ଜଣଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା। ମୃତକମାନେ ହେଉଛନ୍ତି ମୁନିରଥନମ୍ (୫୦) ଓ ବର୍ଷୀୟ ମଣିକଣ୍ଠ(୪୨)।
ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବର ଓୟୁଏଟି ପରିସରରେ ଆୟୋଜିତ ଡିପ ସି’ ଫିସିଂ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ୍। ଗଭୀର ସମୁଦ୍ରରେ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିଛନ୍ତି ଉପରାଷ୍ଟ୍ରପତି।
ବାଜିଲା ସାଇରନ୍ । ପ୍ରଥମେ ଖୋଲିଲା ହୀରାକୁଦର ୭ ନମ୍ବର ସ୍ଲୁଇସ୍ ଗେଟ୍। ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଥିଲା ।
ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ। ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ ସ୍ବଳ୍ପ ଧରଣର ବର୍ଷା ହେଉଛି। ଆସନ୍ତା ୧୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଏସଆଇଆରରେ ନାଁ କଟିବା ପରେ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ ଦେଖାଯାଇଛି। ତେବେ ଲୋକଙ୍କ ଭିତରେ ଥିବା ଦ୍ବନ୍ଦ୍ବ ଦୂର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି, ଯୋଗ୍ୟ ଭୋଟରଙ୍କୁ ଦିଆଯିବନି ବାଦ। ଲୋକଙ୍କର ଆପତ୍ତି ଓ ଅଭିଯୋଗ ଶୁଣାଯାଉଛି। ଅଗଷ୍ଟ ୪ ପର୍ଯ୍ୟନ୍ତ ଆବେଦନ କରିହେବ।
କମବ୍ୟାକ କରିଛି ଭାରତୀୟ ସେୟାର ବଜାର। ବୁଧବାର ସେୟାର ବଜାରରେ ଅହେତୁକ ପତନ ପରେ ଗୁରୁବାର ହଠାତ ଭାରତୀୟ ଷ୍ଟକ୍ ମାର୍କେଟ୍ ଉନ୍ନତି କରିଛି । ଆଜି ସକାଳେ କାରବାର ଆରମ୍ଭରୁ ସେନ୍ସେକ୍ସ ପ୍ରାୟ ୫୧୬ ପଏଣ୍ଟ୍ ବଢ଼ିଛି ଏବଂ ନିଫ୍ଟି ପୁଣି ୨୪,୦୦୦ ପାର କରିଛି।
ଶସ୍ତା ହେବ ବ୍ରିଟେନରୁ ଆମଦାନୀ ସାମଗ୍ରୀ। ଆଉ ୭ ଦିନ ପରେ ଲାଗୁ ହେବ ଭାରତ-ବ୍ରିଟେନ ଏଫ୍ଟିଏ। ଆସନ୍ତା ୧୫ ଜୁଲାଇରୁ ଲାଗୁ ହେବାକୁ ଯାଉଛି ଭାରତ ବ୍ରିଟେନ ମୁକ୍ତ ବାଣିଜ୍ୟ ଚୁକ୍ତି । ଏହା ପରେ ଭାରତ ପ୍ରସ୍ତୁତ କରୁଥିବା ୯୦% ସାମଗ୍ରୀ ବିଟ୍ରେନକୁ ଶୂନ ଟାରିଫରେ ରପ୍ତାନି ହେବ ।