୫୦୩ କେଜି ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ
ପୋଲିସକୁ ଚକମା ଦେବା ପାଇଁ ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ଆଇଚର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା।
ପୋଲିସକୁ ଚକମା ଦେବା ପାଇଁ ଦାମୀ ଗାଡ଼ିରେ ହେଉଛି ଗଞ୍ଜେଇ ଚାଲାଣ। ଆଇଚର ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ମାଲକାନଗିରି ପୋଲିସକୁ ମିଳିଛି ବଡ଼ ସଫଳତା।
ବେଧଡ଼କ ଭାବେ ଚାଲିଛି ଜଙ୍ଗଲ କଟା। ବନ ବିଭାଗର ନାକ ତଳୁ ରାତି ଅଧିଆ ବୋହି ନେଉଛନ୍ତି ମୂଲ୍ୟବାନ କାଠ। ଏ ନେଇ ବାରମ୍ବାର ଅଭିଯୋଗ ପରେ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।
ବର୍ଷା ଆରମ୍ଭ ହେବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ମଧ୍ୟ ବଢ଼ିଥାଏ। ବିଭିନ୍ନ ସ୍ଥାନରେ ପାଣି ଜମା ରହୁଥିବାବେଳେ ମଶାଙ୍କ ବଂଶ ବିସ୍ତାର ହୋଇଥାଏ। ଉପାନ୍ତ ଅଞ୍ଚଳରେ ଲୋକେ ସଚେତନ ନ ଥିବାବେଳେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି।
ବାଲିଶଙ୍କରା ତଲସରା ଥାନା ଅନ୍ତର୍ଗତ ବାଲିଶଙ୍କରା କୁଇଲେରମୁଣ୍ଡା ନିକଟରେ ଥିବା ଟେଢା ବିଲ୍ଡିଂ ଇଲେକ୍ଟ୍ରିକ୍ ଦୋକାନର ସଟର କାଟି ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରିକ୍ ସାମଗ୍ରୀ ଚୋରି ହୋଇଛି।
ରାୟଗଡ଼ା ଜିଲ୍ଲା ଗୁଣପୁର ଓ କଲ୍ୟାଣସିଂହପୁର ବ୍ଲକରେ ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, ଗୁଣୁପୁର ଥାନା ଅନ୍ତର୍ଗତ ଚୈତନ୍ୟଗୁଡ଼ା ଗ୍ରାମ ମୁଖ୍ୟ ରାସ୍ତାରେ ଗୋଟିଏ ବାଇକ ଏବଂ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ୟୁଏନଏସସିର ଅସ୍ଥାୟୀ ସଦସ୍ୟ ହେବା ପାଇଁ ଭାରତ ତାର ପ୍ରକ୍ରିୟା ଆରମ୍ଭ କରିଛି। ଜାତିସଂଘ ମୁଖ୍ୟାଳୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ‘ଶାନ୍ତି: ଜାତିସଂଘ ସୁରକ୍ଷା ପରିଷଦ ୨୦୨୮-୨୯’ ପାଇଁ ଭାରତର ମାନଦଣ୍ଡ, ବିଶ୍ୱାସ ଏବଂ ନିଷ୍ଠା ଅଭିଯାନ ଆରମ୍ଭ କରିଛନ୍ତି।
ଆନ୍ଧ୍ରରେ କରୋନା ଆତଙ୍କ। ଓଡ଼ିଶାରେ ହାଇଆଲର୍ଟ। ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ଓଡ଼ିଶାର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ତତ୍ପରତା ପ୍ରକାଶ ପାଇଛି।
ଇଣ୍ଡିଆନ ପ୍ରିମିୟର ଲିଗ୍ ଇତିହାସର ସବୁଠାରୁ ସଫଳ ଏବଂ ଦୀର୍ଘ ଦିନର ଏକ ଭାଗିଦାରୀର ଅନ୍ତ ଘଟିଛି। ଚେନ୍ନାଇ ସୁପର କିଙ୍ଗସର ମୁଖ୍ୟ କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ ୧୮ ବର୍ଷ ପରେ ଦଳରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।
ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କୋରାପୁଟ ଆଇଟିଡିଏର ପୂର୍ବତନ ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ବର୍ତ୍ତମାନ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେସନ (ଓସିସି) ଲିମିଟେଡ୍ ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପେଟ୍ଟାଙ୍କ ୬ଟି ସ୍ଥାନରେ ଚଢ଼ଉ କରାଯାଇଛି।
ସୁପ୍ରିମକୋର୍ଟରେ ପହଞ୍ଚିଛି ଅଯୋଧ୍ୟା ରାମ ମନ୍ଦିରରେ ଭକ୍ତଙ୍କ ଦାନ ଅର୍ଥ ହେରଫେର ଓ ଚୋରି ମାମଲା। ସୁପ୍ରିମକୋର୍ଟ ଏହି ମାମଲାରେ ସୋମବାର ଶୁଣାଣି କରି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ନୋଟିସ୍ ଜାରି କରିଛି।
ଭବନେଶ୍ବର ଲୋଏର ପିଏମଜିରେ ଆମରଣ ଅନଶନରେ ବସିଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି ଚାମେଲି ଓଝା। କ୍ୟାପିଟାଲ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବାବେଳେ ଡାକ୍ତରୀ
ମଝି ସମୁଦ୍ରରେ ମୃତ୍ୟୁର ତାଣ୍ଡବ। ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇ ନିଖୋଜ ହୋଇଥିବା ମାଛଧରା ଟ୍ରଲର ଏଫବି ମା କାଳୀର ସନ୍ଧାନ ମିଳିଥିବାବେଳେ ସେଥିରେ ଥିବା ୧୫ ଜଣ ମତ୍ସ୍ୟଜୀବୀ ମଧ୍ୟରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।
ଶ୍ରୀଜିଉଙ୍କ ଅଣସର ସମୟ ସମ୍ପୂର୍ଣ୍ଣ ହୋଇଛି। ସ୍ନାନଯାତ୍ରା ପରେ ରତ୍ନବେଦୀରେ ଗୁପ୍ତ ସେବାରେ ଥିବା ଶ୍ରୀଜିଉମାନେ ଏବେ ସୁସ୍ଥ ହୋଇଛନ୍ତି। ଏହାପରେ ମଙ୍ଗଳବାର(ଜୁଲାଇ ୧୪) ଅପରାହ୍ଣ ୨ ଟାରୁ ମହାପ୍ରଭୁଙ୍କ ଦୁର୍ଲଭ ନବଯୌବନ ଦର୍ଶନ ଆରମ୍ଭ ହେବ। ନୀତିକାନ୍ତିର ବହୁଳତା ଯୋଗୁ ଚଳିତ ବର୍ଷ କମ୍ ସମୟ ପାଇଁ ଏହି ଦର୍ଶନର ବ୍ୟବସ୍ଥା କରାଯାଇଛି।
ପୁଣି ଚର୍ଚ୍ଚାରେ ଚାମେଲି ଓଝା। ନ୍ୟାୟ ଦାବିରେ ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି ମହାକାଳପଡ଼ା ବ୍ଲକ ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝା।
ରାଉରରକେଲା ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣକୁ ତୀବ୍ର ବିରୋଧ କରାଯାଇଛି। ବନ୍ଧମୁଣ୍ଡା ଥାନା ଶୀତଳ ନଗରରେ ଧସେଇ ପଶିଲେ ଶତାଧିକ ଆଦିବାସୀ। ସମ୍ପ୍ରସାରଣ ପାଇଁ ଶୀତଳ ନଗରକୁ ଅଧିଗ୍ରହଣ କରିଛି ଆରଏସପି।
ବାରମ୍ବାର କୋର୍ଟକୁ ଆସୁଛି ବୋମା ଧମକ। ତେବେ ଏହି ଧମକ ପୂର୍ଣ୍ଣ ଚିଠି କିଏ ଓ କାହିଁକି ପଠାଉଛି, ତାହାର କୌଣସି ଟେର ପାଉନି ପୋଲିସ। ପ୍ରତି ମାସରେ ରାଜ୍ୟର ବିଭିନ୍ନ କୋର୍ଟକୁ ଏଭଳି ଧମକ ପୂର୍ଣ୍ଣ ଚିଠି ଆସୁଥିବା ଜଣାପଡ଼ିଛି।
ଜୀବନ ଦାନ କେନ୍ଦ୍ରରେ ମୃତ୍ୟୁର ଔଷଧ। ଗରିବ ଲୋକଙ୍କ ସୁବିଧା ପାଇଁ ସରକାର ନିରାମୟ କେନ୍ଦ୍ର ଖୋଲିଥିବାବେଳେ ଏଠାରେ ଏକ୍ସପାୟାରୀ ଔଷଧ ଦେଇ ମୃତ୍ୟୁକୁ ଡାକୁଛନ୍ତି। ନିରାମୟ କେନ୍ଦ୍ରରେ ମିଳୁଛି ପୋକରା ଔଷଧ। ରୋଗୀଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିବା ଅଭିଯୋଗ ହେଉଛି।
ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ୭ କିଲୋମିଟର ଟ୍ରାକ୍ଟରରେ ବୁହାହେଲେ ଗର୍ଭବତୀ। ଆଉ ମେଡିକାଲ ଯିବା ପୂର୍ବରୁ ଅଧା ରାସ୍ତାରେ ହିଁ ଶିଶୁ କନ୍ୟାଙ୍କୁ ଜନ୍ମ ଦେଲେ ମହିଳା।