ୟୁକୋ ବ୍ୟାଙ୍କରୁ ଡକାୟତି ଯୋଜନା ପଣ୍ଡ: ୩ ଅଟକ
ଡକାୟତି କରିବା ପାଇଁ ପଶିଥିଲେ ୟୁକୋ ବ୍ୟାଙ୍କରେ। ସାଙ୍ଗରେ ରହିଥିଲା ପିସ୍ତଲ ସହିତ ବିଭିନ୍ନ ମାରଣାସ୍ତ୍ର। ହେଲେ ଠିକ୍ ସମୟରେ ପହଞ୍ଚି ଯାଇଥିଲା ପୋଲିସ। ପୋଲିସକୁ େଦଖି ଦୌଡ଼ି ଯିବାକୁ ଉଦ୍ୟମ କରୁଥିବା େବଳେ ୩ ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ଅତାବିରା େପାଲିସ। ଅପରପକ୍ଷରେ ଘଟଣାସ୍ଥଳରେ ଅତାବିରା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ କରୁଛି। ସିସିଟିଭି ଫୁଟେଜ୍ ସମେତ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।
