ବିଜେପିର ନୂଆ ଟିମ୍ ସହ ନିତିନ ନବୀନଙ୍କ ବୈଠକ: ୨୦୨୭ ନିର୍ବାଚନ ପ୍ରସ୍ତୁତି ଉପରେ ଗୁରୁତ୍ୱ
ବିଜେପିର ନୂଆ ଜାତୀୟ ଟିମ୍ ଘୋଷଣା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଆଜି ପଦାଧିକାରୀଙ୍କ ସହ ବୈଠକ କରିଛନ୍ତି । ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ବୈଠକରେ ଜେନ୍-ଜିଙ୍କ ସହ ଯୋଡ଼ିହେବା, ସୋସିଆଲ ମିଡିଆରେ ଆହୁରି ସକ୍ରିୟ ହେବା ଓ ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ପଦାଧିକାରୀମାନେ ବିସ୍ତୃତ ଆଲୋଚନା କରିଛନ୍ତି।
