ଧସିଲା ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ୍ ପଥର ପ୍ୟାକିଂ, ଆତଙ୍କରେ ୧୨ ଗାଁ
ବ୍ରାହ୍ମଣୀ ନଦୀ ଉଗ୍ର ହୋଇ କୂଳ ଖାଇବାରେ ଲାଗିଛି। ଫଳରେ ବ୍ରାହ୍ମଣୀ ନଦୀବନ୍ଧର ୩୦ ଫୁଟ୍ ପଥର ପ୍ୟାକିଂ ଧସି ପଡ଼ିଛି। କେନ୍ଦ୍ରାପଡ଼ା ରାଜନଗର ଯଦୁଚନ୍ଦ୍ରପୁର ନିକଟରେ ବ୍ରାହ୍ମଣୀ ନଦୀ ଉଗ୍ର ହେବା ଫଳରେ ପଥର ପ୍ୟାକିଂକୁ ଧସେଇ ନେଇଛି। ଗତକାଲି ରାତିରେ ପ୍ରାୟ ୩୦ ଫୁଟ୍ ଚଉଡ଼ାର ପଥର ପ୍ୟାକିଂ ଭାସିଯାଇଛି। ଫଳରେ ସ୍ଥାନୀୟ ୧୨ଟି ଗାଁର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।
