ଜୁଏଲାରୀ ଦୋକାନରୁ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ
ସ୍ଥାନୀୟ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗା ଅଞ୍ଚଳରେ ଉଦୟ ସାହୁଙ୍କ ଜୁଏଲାରୀ ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି। ବିଳମ୍ବିତ ରାତିରେ ୬ ଜଣ ମୁଖା ପିନ୍ଧା ଡକାୟତ ଦୋକାନ ଭିତରେ ପଶି ୩୦ ଗ୍ରାମ୍ ସୁନା ଗହଣା, ୧୫ କିଲୋରୁ ଊର୍ଦ୍ଧ୍ୱ ରୂପା ଗହଣା ଲୁଟି ନେଇଛନ୍ତି। ସକାଳେ ଦୋକାନ ଖୋଲିବା ପାଇଁ ଆସି ଶ୍ରୀ ସାହୁ ଦେଖିଥିଲେ ତାଲା ଭାଙ୍ଗି ଚୋରି ହୋଇଛି ।
