ସରିଲା ସଂସଦର ମୌସୁମୀ ଅଧିବେଶନ; ଆସିପାରିଲାନି ମହିଳା ସଂରକ୍ଷଣ ଓ ଡିଲିମିଟେସନ ବିଲ୍
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଗୁର…
ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ପ୍ରବଳ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଗୁର…
ହମିରପୁର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲକୁ ଲାଗି ରହିଥିବା ଜମିରେ ଏକ ଗଭୀର ଖାଲରେ ପଡ଼ିଯାଇଥିବା ହାତୀ ଶାବକକୁ ଦୀର୍ଘ ୬ ଘଣ୍ଟାର କସରତ ପରେ ଉଦ୍ଧାର ହୋଇଛି। ଜେସିବି ସାହାଯ୍ୟରେ ବନ ବିଭାଗ ସୁରକ୍ଷିତ ଭାବେ ହାତୀ ଶାବକକୁ ଉଦ୍ଧାର କରିବାରେ ସଫଳ େହାଇଛି। ସୁନ୍ଦରଗଡ଼ ସଦର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଗାଁ ନିକଟସ୍ଥ ଜଙ୍ଗଲର ଏକ ଖାଲରେ ଆଜି ଭୋରରୁ ଏକ ହାତୀ ଶାବକ ଗଳି ପଡିଥିଲ।
ତୁହାକୁ ତୁହା ଲାଗି ରହିଛି ବର୍ଷା। ଛାଡ଼ିବାର ନଁା ଧରୁ ନାହିଁ। ମଧ୍ୟ ରାତିରୁ ଜାରି ରହିଥÒବା ଲଗାଣ ବର୍ଷାରେ କୋଇଡା ବ୍ଲକ ଅନ୍ତର୍ଗତ କେର୍କେଟା ସାହି ନାଲି ପାଣିରେ ଉବୁଟୁବୁ ହେଉଛି। ଗଳିକନ୍ଦି ଦୂର କଥା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ନାଲି ପାଣି ଲହଡ଼ି ମାରୁଛି। ପାଣି ନିଷ୍କାସନ ବ୍ୟବସ୍ଥା ନଥିବାରୁ ସେଠାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି, ଯାହାଫଳରେ ୫୦ରୁ ଉର୍ଦ୍ଧ୍ୱ ପରିବାର ଏବେ ଚାରିପାଖରେ ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଥିବା ଦେଖିବାକୁ ମିିଳିଛି।
ଭୂକମ୍ପରେ ଥରି ଉଠିଲା ଲେହ-ଲଦାଖ। ସକାଳୁ ସକାଳୁ ଭୂକମ୍ପର ଝଟକା ଅନୁଭବ କରିଥିଲେ ଲଦାଖବାସୀ। ଲଦାଖର ଲେହଠାରେ ଗୁରୁବାର ସକାଳେ ଏକ ବଡ଼ଧରଣର ଭୂକମ୍ପ ଅନୁଭୂତ ହୋଇଛି । ସକାଳ ପ୍ରାୟ ୬ଟା ୫ ମିନିଟ୍ ସମୟରେ ହଠାତ୍ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ଚାଲିଥିବା ବିବାଦ ଏବେ ସୁପ…
ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କାର ଭିତରୁ ଯୁବତୀଙ୍କୁ ଟାଣି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏଥିସହ ତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ମାଡ଼ ମାରିଥିବା ସୂଚନା ମିଳିଛି। ଘଟଣାର ତଦନ୍ତ କରି ୨ ଜଣଙ୍କୁ ଗିରଫ କରିଛି କଟକ ଗ୍ରାମାଞ୍ଚଳ ପୋଲିସ।
ବାଣୀବିହାର ଲ’ କଲେଜରେ ପ୍ରବଳ ଉତ୍ତେଜନା ଦେଖାଯାଇଛି। କଲେଜ ଅଧ୍ୟକ୍ଷ ଜୁନିୟର ଓ ସିନିୟରଙ୍କ ଭିତରେ ବିଭେଦ ସୃଷ୍ଟି କରୁଥିବା ନେଇ ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏହାସହ ପିଲାଙ୍କୁ ୱେଲକମ, ଫେରୱେଲ ସହ ଅନ୍ୟ କାର୍ଯ୍ୟକ୍ରମ କରିବାକୁ ଦିଆଯାଉ ନଥିବା ଅଭିଯୋଗ ହେଉଛି। ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଅବପାତ ରୂପ ନେବାକୁ ଯାଉଛି ବଙ୍ଗୋପସାଗରରରେ ସୃଷ୍ଟ ଲଘୁଚାପ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ଶେଷରେ ଧରା ପଡ଼ିଲା ହଂସ ଖିଆ କୁମ୍ଭୀର। ୩ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ବନ ବିଭାଗ ପକ୍ଷରୁ କୁମ୍ଭୀରକୁ ଉଦ୍ଧାର କରାଯାଇଛି। ମାଲକାନଗିରି ଜିଲ୍ଲା ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁରେ ପୋଖରୀରେ ପଶିଥିବା କୁମ୍ଭୀରକୁ ଆଜି ବନ ବିଭାଗ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତ ୩ ଦିନ ଧରି ବନ ବିଭାଗର ରେସ୍କ୍ୟୁ ଟିମ୍ ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିଲା। ଶେଷରେ ଆଜି ସଫଳତା ମିଳିଛି।
ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଆସିପାରିଲା ନାହିଁ ଆମ୍ବୁଲାନ୍ସ। ଲଗାଣ ବର୍ଷାରେ ମାଟି ରାସ୍ତା କାଦୁଅ ପଚ ପଚ ହୋଇଥିବାବେଳେ ଖଟିଆରେ ବୁହା ହେଲା ମୃତଦେହ। ସବୁଠାରୁ ବିଡ଼ମ୍ବନାର ବିଷୟ ଗୋଟେ କି ୨ କିମି ନୁହେଁ ୮ କିମି କାଦୁଅ ରାସ୍ତାରେ ଖଟିଆରେ ବୁହାହେଲା ମୃତଦେହ। ଆମ୍ବୁଲାନ୍ସ ଆସିଲା, ହେଲେ ଗାଁକୁ ପହଞ୍ଚି ପାରିଲାନି ।
ପୋକରା ଭାତ ଖାଉଛନ୍ତି ପିଲା। ଏଭଳି ସାଂଘାତିକ ଅଭିଯୋଗ ଆସିଛି ସୁବର୍ଣ୍ଣପୁର ମଝିପଡ଼ାରେ ଥିବା ଉତ୍କଳ ବାଳାଶ୍ରମ ବିରୋଧରେ। କେବଳ ଏତିକି ନୁହେଁ ପିଲାମାନଙ୍କୁ କାମ କରିବା
ଅସରାଏ ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ଗାଁ। ପିଲାମାନେ ସ୍କୁଲ ଯିବାଠୁ ଆରମ୍ଭ କରି ବଜାରବାଟ, ମେଡିକାଲ ଯିବା ସବୁ ଏକପ୍ରକାର ଠପ ହୋଇଯାଏ। ବାରମ୍ବାର ଅଭିଯୋଗ ପରେ ଯାହା ଏକ ବ୍ରିଜ ନିର୍ମାଣ ହୋଇଥିଲା, ଚଳିତ ବର୍ଷାରେ ତାହା ବି ଗୋଟିଏ ପଟ ଧୋଇ ହୋଇଗଲା। ଫଳରେ କାଠ ଗଣ୍ଡି ପକାଇ ଲୋକେ ଯିବା ଆସିବା କରୁଥିବା ଦେଖାଯାଇଛି।
ସରପଞ୍ଚ ଚାମେଲି ଓଝାଙ୍କ ପିଚ୍ଛା ଛାଡ଼ୁନି ବିବାଦ। ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇଯାଉଛନ୍ତି ସେ। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରି ପଞ୍ଚାୟତର ଚର୍ଚ୍ଚିତ ସରପଞ୍ଚ ଚାମେଲି ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବ, ମାତ୍ର ଅଦାଲତଙ୍କ ଅନୁମତି ବିନା ଭୋଟ୍ର ଫଳାଫଳ ପ୍ରକାଶ ପାଇବ ନାହିଁ ।
ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି। ଏଥିରେ ୧୫୭ ଲୋକଙ୍କ ମୃତ୍ୟୁ ହୋଇଥିବା େବଳେ ୨୫୭ ଲୋକ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ଲଗାଣ ବର୍ଷାରେ କୋଟି କୋଟି ଟଙ୍କାର ସରକାର ସମ୍ପତ୍ତି ନଷ୍ଟ େହାଇଯାଇଛି। ରାଜ୍ୟ ଜରୁରୀକାଳୀନ ପରିଚାଳନା ରିପୋର୍ଟ ଅନୁଯାୟୀ, ଜୁନ ୩୦ରୁ ଅଗଷ୍ଟ ୯ ଭିତରେ ଭୂସ୍ଖଳନ ଓ ବନ୍ୟାରେ ୬୮ ଲୋକଙ୍କ ମୃତ୍ୟୁ ହୋଇଥିବା
ଆଇନଜୀବୀଙ୍କୁ ଭୁଜାଲିରେ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରିବା ଦାବିରେ ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ଦିନକ ପାଇଁ ସମୂହ କଲମ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି।
ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ସ୍ଥିତି ବେହାଲ ହୋଇଛି। ଗୋଟିଏ ଲଘୁଚାପର ପ୍ରଭାବ ସମ୍ପୂର୍ଣ୍ଣ ଦୂର ହୋଇନଥିବା ବେଳେ ପୁଣି ଆସୁଛି ଆଉ ଏକ ଲଘୁଚାପ। ଇସ୍ପାତ ନଗରୀ ରାଉରକେଲା ସମେତ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ମାତ୍ର ଘଣ୍ଟାଏ ବର୍ଷାରେ ରାଉରକେଲା ସହରର ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି।
ଅଯୋଧ୍ୟାରେ ଆଜିଠୁ ଶ୍ରୀରାମ ମନ୍ଦିର ପାଇଁ ସିଇଓ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦ ପାଇଁ ମଇଦାନରେ ୧୮ ପ୍ରାର୍ଥୀ ଅଛନ୍ତି । ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ଅର୍ଥରେ ହେରଫେର ଏବଂ ଦାନ ଚୋରି ମାମଲା ସାମ୍ନାକୁ ଆସିବା ପରେ ଟ୍ରଷ୍ଟ ଏହାର ପ୍ରାଶାସନିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ।
ମାଲକାନଗିରି ଏମ୍ଭି-୧୦୪ରେ କୁମ୍ଭୀର ଆତଙ୍କ ଦେଖାଯାଇଛି। ଗତ ୪ ଦିନ ମଧ୍ୟରେ ୧୦୦ରୁ ଅଧିକ କୁମ୍ଭୀର ଗିଳି ଦେଇଥିବା ସୂଚନା ମିଳିଛି। ୪ ଦିନ ପୂର୍ବରୁ ବିରାଟ କୁମ୍ଭୀର ପୋଟେରୁ ନଦୀରୁ ଚାଲି ଆସିଥିଲା ପୋଖରୀକୁ। ଗୋଟିଏ ପରେ ଆଉ ଗୋଟେ ହଂସ ଗିଳି ଚାଲିଥିଲା। ୪ ଦିନ ଭିତରେ ପ୍ରାୟ ଶହେରୁ ଅଧିକ ହଂସ ଖାଇ ସାରିଲାଣି।