ଅନଲାଇନ୍ ଡ୍ରାଇଭରଙ୍କ ଧାରଣା ଜାରି
ଦ୍ବିତୀୟ ଦିନରେ ଅନଲାଇନ୍ ଡ୍ରାଇଭରଙ୍କ ଧାରଣା ଜାରି ରହିଛି। ଆନ୍ଦୋଳନରେ ବସିଛନ୍ତି ଓଲା, ଉବର, ରାପିଡୋ ଡ୍ରାଇଭର। ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଡ୍ରାଇଭର। ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍।
ଦ୍ବିତୀୟ ଦିନରେ ଅନଲାଇନ୍ ଡ୍ରାଇଭରଙ୍କ ଧାରଣା ଜାରି ରହିଛି। ଆନ୍ଦୋଳନରେ ବସିଛନ୍ତି ଓଲା, ଉବର, ରାପିଡୋ ଡ୍ରାଇଭର। ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଡ୍ରାଇଭର। ୩୦ ଦଫା ଦାବି ନେଇ ଅନ୍ଦୋଳନ କରୁଛନ୍ତି ଅଲ୍ ଓଡ଼ିଶା ଗିଗ୍ ୱାର୍କର୍ସ ୟୁନିଅନ୍।
ବଲାଙ୍ଗୀର ତେଲ ନଦୀ କୂଳରେ ହାତୀ ପଲଙ୍କ ଉପସ୍ଥିତି ଦେଖି ଭୟଭୀତ ଗାଁ ଲୋକ। ହାତୀଙ୍କ ଉପଦ୍ରବ ନେଇ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ଗାଁ ନିକଟ ତେଲ ନଦୀ କୂଳରେ ହାତୀ ପଲଙ୍କ ଉପସ୍ଥିତି ଦେଖିବାକୁ ମିଳିଛି । ଆଜି ସକାଳୁ ଗାଁର କିଛି ଲୋକ ନିତ୍ୟକର୍ମ ପାଇଁ ନଦୀକୁ ଯାଇଥିବା ବେଳେ ହଠାତ୍ ହାତୀ ପଲଙ୍କୁ ଦେଖିଥିଲେ ।
ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜୁଡିଆ ଘାଟିରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ବଡ଼ ବଡ଼ ପଥର ଓ ମାଟି ଖସି ଜାତୀୟ ରାଜପଥ-୪୯ର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ଅବରୋଧ ହୋଇଯାଇଛି । କେନ୍ଦୁଝର ସହରରେ ଲଗାଣ ବର୍ଷା ପରେ ଜୁଡିଆ ଘାଟିର ବିଭିନ୍ନ ସ୍ଥାନରେ ପାହାଡ଼ରୁ ପଥର ଖସିଥିଲା । ଫଳରେ ରାଜପଥର ଗୋଟିଏ ପାର୍ଶ୍ୱରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ପ୍ରଥମେ ପ୍ରେମ, ପରେ ପ୍ରତାରଣା। ପ୍ରତାରଣାକୁ ସହ୍ୟ କରି ନ ପାରି ପ୍ରେମିକର ଘର ଆଗରେ ପ୍ରେମିକା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଚେଷ୍ଟା କରିଛି ସମ୍ପୃକ୍ତ ଯୁବତୀ। ୩ ବର୍ଷର ପ୍ରେମ ପରେ ମିଳିଛି ପ୍ରତାରଣା। ଏହି ଘଟଣା ରାଉରକେଲାର ଝିରପାଣି ଥାନା ଅଞ୍ଚଳରେ ଭାଟ୍ଟାପଡ଼ା ବସ୍ତିରେ ଘଟିଛି। ପ୍ରେମିକର ପ୍ରତାରଣାକୁ ସହ୍ୟ କରି ନପାରି ନିଜ ଦେହରେ କିରୋସିନ ଢାଳି ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି ଯୁବତୀ।
ବର୍ଷା ହେଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି ଗାଁ। ଜରୁରୀ ଅବସ୍ଥାରେ ବି ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଆସିଲେ ବି ଗାଁ ଭିତରକୁ ଯାଇ ପାରୁନି। ଏଭଳି ଦୁର୍ଦିନରେ ଦିନ ବିତାଉଛନ୍ତି ଦୁର୍ଗମ ଅଞ୍ଚଳବାସୀ। ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆଗକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା ଦିଦି ଓ ପରିବାର।
ନିଜ ବାଇକରେ ଗ୍ରାମକୁ ଯିବା ସମୟରେ କେଶର୍ମାଲ ଗ୍ରାମ ନିକଟରେ ନଦୀର ଜଳ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି ଅବସର ପ୍ରାପ୍ତ ବୀର ଯବାନ l ଘଟଣାରୁ ପ୍ରକାଶ ଯେ, କେଶରାମାଳ ପଞ୍ଚାୟତର ଗରିଆମାଳ ଗ୍ରାମର ଅବସର ପ୍ରାପ୍ତ ବୀର ଯବାନ ସୁନୀଲ ତିଗା(୪୬)ଅବସର ଗ୍ରହଣ କରିବା ପରେ ନିକଟସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ହକି ଖେଳିବା ପ୍ରଶିକ୍ଷଣ ଦେବା ସହ ସାମାଜିକ କାର୍ଯ୍ୟକ୍ରମ କରି ଆସୁଥିଲେ l
ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏହା ଉପରେ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବାରୁ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
କୁନି ପୁଅର ଚିକିତ୍ସା ପାଇଁ କୋଲକାତା ଯିବା ଲାଗି ବିମାନକୁ କରିଥିଲେ ଅପେକ୍ଷା। ବିମାନ ବିଳମ୍ବ ନେଇ ଘୋଷଣା ପରେ ବି ସେ ଧର୍ଯ୍ୟ ହାରି ନଥିଲେ। କୋଳରେ ଅସୁସ୍ଥ ପୁଅ, ଆଉ ଘୋଷଣା ହେଲା ବିମାନ ସମ୍ପୂର୍ଣ୍ଣ ବାତିଲ। ଯାହାକୁ ନେଇ ମାଆ ମନ ବିଚଳିତ ହେବା ସହ ଧର୍ଯ୍ୟହରା ହୋଇପଡ଼ିଥିଲେ। ବିମାନ ବାତିଲକୁ ନେଇ ମହିଳା ତାତି ଉଠିଥିବାବେଳ, ଏୟାରପୋର୍ଟରେ କଲେ ଭଙ୍ଗାରୁଜା ।
ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା। ବ୍ରହ୍ମପୁର ନିକଟରୁ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ଏକ ବୋଲେରୋ ଏବଂ ବାଇକ୍ ସହ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ। ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ଜଗଦଳପୁର ନିକଟରେ ଚଢ଼ାଉ କରିଥିଲା ଅବକାରୀ ଗୁଇନ୍ଦା ଟିମ୍।
ପାହାଡ଼ କାଟି ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଉତ୍ତରାଖଣ୍ଡର ଚାମୋଲି ଟନେଲରେ ଭୂସ୍ଖଳନ ହୋଇଛି। ଏଥିରେ ୯ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଫସି ରହିଥିବା ସୂଚନା ମିଳିଛି। ପାହାଡ଼ ଭିତରେ ଚାଲିଥିଲା ନିର୍ମାଣ କାମ। ହଠାତ୍ ଗର୍ଜନ ସହ ଖସିଲା ମାଟି ଓ ମଲବା, ଟନେଲ ଭିତରକୁ ମାଡ଼ିଆସିଲା ପାଣି। କିଛି ମୁହୂର୍ତ୍ତ ମଧ୍ୟ ଅନ୍ଧାର ଟନେଲ ପାଲଟିଗଲା ଭୟଙ୍କର ମୃତ୍ୟୁଫାଶରେ। ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାର ପିପଲକୋଟି ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଅନେକ ଶ୍ରମିକ ପ୍ରଭାବିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆସିଛି।
ଦିନ ଥିଲା ଲାଲବାହିନୀରେ ସାମିଲ ହୋଇ ବନ୍ଧୁକ ଧରୁଥିଲେ। ଆଉ ରକ୍ତରେ ଖେଳୁଥିଲେ ହୋଲି। ଜଙ୍ଗଲରେ ଲୁଚି ଛପି ରହି ସ୍ୱାଭାବିକ ଜୀବନ ବଞ୍ଚିବା ଯେମିତି ଭୁଲି ଯାଇଥିଲେ । ହେଲେ ଏବେ ଆଉ ତାହା ନାହିଁ । ଜୀବନକୁ ମନଭରି ଉପଭୋଗ କରିବାକୁ ନୂଆ ସୁଯୋଗ ଜୁଟିଛି । ଅସ୍ତ୍ର ଛାଡ଼ି ଆତ୍ମସମର୍ପଣ କରିଥିବା ବସ୍ତରର ଏହି ମହିଳା ମାଓବାଦୀଙ୍କୁ ଏବେ ରାମ୍ପଓ୍ବାକ୍ କରୁଥିବା ଦେଖିବାକୁ ମିଳିଛି । ପେସାଦାର ମଡେଲଙ୍କ ଠାଣିରେ ସେମାନେ କ୍ୟାଟୱାକ କରି ଦର୍ଶକଙ୍କ ମନ ଜିଣିଛନ୍ତି ।
ପୋଲ ନିକଟରେ ଲାଗିଛି ସତର୍କତା ଫଳକ । ବିପଦଶଙ୍କୁଳ ଘୋଷଣା କରାଯାଇଥିବାରୁ ପଥଚାରୀ ଓ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ ରୋକ୍ ଲଗାଯାଇଛି । ମାତ୍ର ୮ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ପୋଲଟି ଦବି ଯାଇଥିବା ଦେଖାଯାଇଛି । ଏବେ ପୋଲ ଉପରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କୋଟି କୋଟି ଟଙ୍କା ପାଣିରେ ପଡ଼ିଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ଦିଲ୍ଲୀରେ ବଢ଼ି ଚାଲିଥିବା ଅତ୍ୟଧିକ ବାୟୁପ୍ରଦୂଷଣକୁ ରୋକିବା ଓ ପରିବେଶ ଅନୁକୁଳ ଯାନବାହନକୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟ ସରକାର ନୂଆ ଇଲେକ୍ଟ୍ରିକ ଭେଇକଲ ପଲିସି -2026କୁ ମଞ୍ଜୁର କରିଛନ୍ତି। ସୋମବାର ଦିଲ୍ଲୀ ସରକାରଙ୍କ ପକ୍ଷରୁ ଏକ ନୂତନ EV ନୀତି ଅନୁମୋଦନ କରାଯାଇଥିବାବେଳେ, ରାଜଧାନୀରେ ପଞ୍ଜିକୃତ ହୋଇଥିବା ବୈଦ୍ୟୁତିକ କାରଗୁଡ଼ିକୁ ରାସ୍ତା ଟିକସ ଏବଂ ପଞ୍ଜିକରଣ ଫି’ରୁ 100 ପ୍ରତିଶତ ଛାଡ଼ ଦିଆଯାଇଥିବା ଘୋଷଣା କରାଯାଇଛି।
କୋଳି ତୋଳିବାକୁ ଯାଇଥିବାବେଳେ ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମା’ ଏବଂ ଝିଅ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)।
ମହାପ୍ରଭୁ ଯାତ୍ରା ସମୟରେ ଅନେକ ଅଳଙ୍କାର ପରିଧାନ କରିଥାନ୍ତି । ଏଥୁମଧ୍ୟରେ ଟାହିଆ ଅନ୍ୟତମ । ଶ୍ରୀବିଗ୍ରହମାନେ ସ୍ନାନଯାତ୍ରା, ରଥଯାତ୍ରା, ବାହୁଡ଼ାଯାତ୍ରା ସମେତ ଆଡ଼ପ ବିଜେ ଏବଂ ନୀଳାଦ୍ରି ବିଜେ ସମୟରେ ମସ୍ତକରେ ଟାହିଆ ପରିଧାନ କରିଥାନ୍ତି I ଟାହିଆ ମୁଖ୍ୟତଃ ସୋଲ, ବାଉଁଶକାଠି, ବିଭିନ୍ନ ପ୍ରକାର ଫୁଲରେ ନିର୍ମିତ ହୋଇଥାଏ।
ପାକିସ୍ତାନ କରାଚୀରେ ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି ।
ତାମିଲନାଡ଼ୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣା କେନ୍ଦୁଝର ଜିଲ୍ଲାର ଆଉ ଜଣେ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି, ଆଖିବୁଜିଲେ ଆଉ ଜଣେ ଯୁବତୀଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ।
ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ଘଟଣା ସାରା ରାଜ୍ୟରେ ଚହଲ ପକାଇଥିବା ବେଳେ ଆଜି ତାଙ୍କ ପ୍ରେମିକ OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ବହିଷ୍କାର କରିଛନ୍ତି ସରକାର। କେବେ ବି ଆଉ ସରକାରୀ ଚାକିରି କରିପାରିବେନି ଭୀମସେନ। ହେଲେ ଏତିକିରେ ସନ୍ତୁଷ୍ଟ ନୁହଁନ୍ତି ପରିବାର, ଝିଅ ମୃତ୍ୟୁ ପାଇଁ ଭୀମସେନଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି କରିଛନ୍ତି।