୨ ମାସରେ ୫ ଥର ବନ୍ୟା ! ବୈତରଣୀରେ ବଢ଼ୁଛି ବିପଦ
ଗୋଟିଏ ବନ୍ୟା ପରେ ଗୋଟିଏ ବନ୍ୟା। ଅଣ୍ଟା ସଳଖିବା ପୂର୍ବରୁ ଆଉ ଏକ ବନ୍ୟା ଆସି ଯାଉଛି। ତୁହାକୁ ତୁହା ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ କରିସାରଲାଣି। ବୈତରଣୀରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଜୀବନ ଦୁର୍ବିସହ କରି ପକାଇଛି।
ଗୋଟିଏ ବନ୍ୟା ପରେ ଗୋଟିଏ ବନ୍ୟା। ଅଣ୍ଟା ସଳଖିବା ପୂର୍ବରୁ ଆଉ ଏକ ବନ୍ୟା ଆସି ଯାଉଛି। ତୁହାକୁ ତୁହା ବନ୍ୟା ଆସି ଜନଜୀବନ ଅସ୍ତବ୍ୟସ୍ତ କରିସାରଲାଣି। ବୈତରଣୀରେ ବାରମ୍ବାର ବନ୍ୟା ଆସି ଲୋକଙ୍କ ଜୀବନ ଦୁର୍ବିସହ କରି ପକାଇଛି।
ମାଲକାନଗିରିରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପଚରାଉଚରା ସମୟରେ ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ମାଲକାନଗିରି ଡିଭିଏଫ୍ ଟିମ୍ ପକ୍ଷରୁ ମାଥିଲି ଥାନା ଅଧୀନ ଚେରକୋଟଲା, କିର୍ମିଟି, କୋଟୱାପଦର ଓ କଦଭଟା ଜଙ୍ଗଲ ଅଞ୍ଚଳରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା।
କୁଢ଼ କୁଢ଼ ଆକାରରେ ପଡ଼ି ରହିଛି ଓଆରଏସ ପ୍ୟାକେଟ। କାହାରିକୁ ଦିଆଯାଉ ନାହିଁ କି କୌଣସି ପଦକ୍ଷେପ ବି ନିଆଯାଉନି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସାମାଜିକ ସୁରକ୍ଷା ଅଧିକାରୀଙ୍କ କକ୍ଷରେ ୫ ମାସ ହେଲା ଗଦା ହୋଇ ପଡ଼ି ରହିଛି ଓଆରଏସ ପ୍ୟାକେଟ। ଖବର ନେବାରୁ ଜଣାପଡ଼ିଛି, ଗ୍ରୀଷ୍ମ ସମୟରେ ଡହ ଡହ ଖରାରେ ହିତାଧିକାରୀଙ୍କୁ ଦେବା ପାଇଁ ଏହି ଓଆରଏସ ଆସିଥିଲା।
ଦାଉ ସାଧୁଛି ଲଘୁଚାପ ବର୍ଷା। ଗୋଟିଏ ପରେ ଗୋଟିଏ କ୍ରମାଗତ ଲଘୁଚାପ ଆସୁଥିବାବେଳେ ଲଗାଣ ବର୍ଷାରେ ବ୍ରେକ ଲାଗି ପାରୁନି। ରାଜ୍ୟରେ ବର୍ଷାର ବିରାମ ନଥିବାବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି। କେଉଁଠି ନଦୀ ନାଳରେ ଜଳ ସ୍ତର ବୃଦ୍ଧି ପାଇଥିବାବେଳେ ଆଉ କେଉଁଛି ବର୍ଷାରେ ଭିଜି ମାଟି କାନ୍ଥ ଭୁଶୁଡ଼ି ପଡ଼ିଲାଣି।
ଲାଞ୍ଚ ମାମଲାରେ ପୂର୍ବତନ ପଞ୍ଚାୟତ ଅଫିସର ଛବିଳ ବରିହାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବରଗଡ଼ ଭିଜିଲାନ୍ସ କୋର୍ଟ। ପୁରେନା ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଛବିଳ ବରିହାଙ୍କୁ ୪ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ହୋଇଛି। ରାୟ ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଭୁବନେଶ୍ବରର ବିକାଶ ପାଇଁ ଚେଷ୍ଟା ଜାରି ରହିଛି। ସହରର ସମ୍ପ୍ରସାରଣ ହେଉଥିବାବେଳେ ପ୍ରତ୍ୟକ କ୍ଷେତ୍ରରେ କାମ କରାଯାଉଛି ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏ ନେଇ ସେ ସାତ ବର୍ଷର ରିପୋର୍ଟ କାର୍ଡ ଦେଇଛନ୍ତି। ୬୦ ପୃଷ୍ଠାର ଏହି ରିପୋର୍ଟ କାର୍ଡରେ ନିଜ ସାତ ବର୍ଷର କାର୍ଯ୍ୟର ହିସାବ ଦେଇଛନ୍ତି ସାଂସଦ। ଭୁବନେଶ୍ୱର ପାଇଁ ୧୦୦ ପ୍ରତିଶତ ଚେଷ୍ଟା କରୁଥିବା କହିବା ସହ ନିଜ କାର୍ଯ୍ୟର ବିବରଣୀ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କହିଛନ୍ତି।
ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ। ଘର ଦ୍ବାରା ପାଣି ପଶିଥିବାବେଳେ ଫୁଲୁଛି ନଦୀ ନାଳ। ଏପରିକି ଦୁର୍ଗମ ଅଞ୍ଚଳର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛି। ନବରଙ୍ଗପୁର ଜିଲ୍ଲାରେ ଲଗାଣ ବର୍ଷା ନେଇ ବିଭିନ୍ନ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦହଣା ଡ଼ଙ୍ଗରଭେଜା ମଝିରେ ଥିବା ବାଙ୍ଗିରି ପୋଲ ଉପରେ ତିନି ଫୁଟ ର ପାଣି ପ୍ରବାହିତ ହେଉଛି ।
କୋଟିଆ ଅଞ୍ଚଳରେ ଗୁଣାତ୍ମକ ଓ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ପକ୍ଷରୁ କୋଟିଆ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରତି ଶୁକ୍ରବାର ପ୍ରସୂତି ଓ ସ୍ତ୍ରୀ ରୋଗ, ଶିଶୁରୋଗ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଜଣେ ଲେଖାଏଁ ବିଶେଷଜ୍ଞ ଡାକ୍ତର ଯାଉଛନ୍ତି।
ପୁଣି ଖାକିରେ ଲାଗିଛି ଦାଗ। ଗଞ୍ଜେଇ ଚାଲାଣରେ ପୋଲିସର ସମ୍ପୃକ୍ତି ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବୌଦ୍ଧ ଜିଲ୍ଲାରେ ବେଆଇନ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରଲ୍ ହେବା ପରେ ପୋଲିସ ବିଭାଗରେ ହଇଚଇ ସୃଷ୍ଟି ହୋଇଛି। ପୋଲିସ ପାଟ୍ରୋଲିଂ ବେଳେ ଧରାପଡ଼ିଥିବା ଗଞ୍ଜେଇ ଗାଡ଼ି, ଟଙ୍କା କାରବାର ଏବଂ ବିଭାଗୀୟ ଅଧିକାରୀଙ୍କ ସଂପୃକ୍ତିକୁ ନେଇ ଭାଇରଲ୍ ଅଡିଓରେ ଆଲୋଚନା ହେଉଥିବା ଶୁଣିବାକୁ ମିଳୁଛି।
ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଭାରତ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିସନ ନିକଟରୁ ସୁରକ୍ଷା ଘେ…
ପଞ୍ଚାୟତସ୍ତରରେ ବିକାଶକୁ ତ୍ବରାନ୍ବିତ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି। ଗ୍ରାମାଞ୍ଚଳର ଯୁବପିଢ଼ିଙ୍କ ସୁବିଧା ପାଇଁ ଅନେକ ବ୍ୟବସ୍ଥା ହାତକୁ ନିଆଯାଉଛି। ଏଣିକି ଗାଁ ଗାଁରେ ସହରୀ ସୁବିଧା ଯୋଗାଇ ଦିଆଯିବ। ପଞ୍ଚାୟତକୁ ଅଧିକ ସୁବିଧାସମ୍ପନ୍ନ ଓ ଆକର୍ଷଣୀୟ କରିବା ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ପଞ୍ଚାୟତିରାଜ ବିଭାଗ । ‘ଗ୍ରାମ ସମ୍ପଦ କାର୍ଯ୍ୟକ୍ରମ’ ଜରିଆରେ ପଞ୍ଚାୟତସ୍ତରରେ ଆଦର୍ଶ ଖେଳ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ, ପୋଖରୀ, ପାର୍କ, ପାଠାଗାର ଓ ଶ୍ମଶାନ ଭଳି ବିଭିନ୍ନ ଭିତ୍ତିଭୂମି ବିକଶିତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ।
ଚେନ୍ନାଇ, (ସତ୍ୟପାଠବ୍ୟୁରୋ): ତାମିଲନାଡୁର ମହାବଳୀପୁରମଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅ…
‘ବନ୍ଦେ ମାତରମ’କୁ ନେଇ କଂଗ୍ରେସର ସିଡବ୍ଲୁସି ନିଷ୍ପତ୍ତି ପରେ ବଡ଼ ଧରଣର ରାଜନୈତିକ ବିବାଦ ଦେଖାଦେଇଛି। ଏନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। କଂଗ୍ରେସ ବିଭାଜନର ତ୍ରୁଟିକୁ ପୁଣି ଥରେ ଦୋହରାଉଛି । ୧୯୩୭ରେ ତୁଷ୍ଟୀକରଣ ପାଇଁ ବନ୍ଦେ ମାତରାମକୁ ନେଇ କଂଗ୍ରେସ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ପୂର୍ବରୁ ହୋଇଥିବା ଭୁଲର ପରିଣାମ ଆମେ ଏବେ ଯାଏ ଭୋଗ କରୁଛି।
କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଜରୁରୀ ସମୟରେ ଆଣ୍ଠଉଛି ୧୦୮ ଆମ୍ବୁଲାନ୍ସ। ବାରମ୍ବାର ଅଧା ରାସ୍ତାରେ ଫସୁଥିବା ଅଭିଯୋଗ ହେଉଛି। ରାଜ୍ୟରେ ରୋଗୀ ପରିବହନ ସେବାର ମେରୁଦଣ୍ଡ ପାଲଟିଥିବା ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ଜରୁରୀ ସମୟରେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବା ବଦଳରେ କେଉଁଠି ମଝି ରାସ୍ତାରେ ଆମ୍ବୁଲାନ୍ସ ଅଟକି ଯାଉଛି, ତ ଆଉ କେଉଁଠି ଦୁର୍ଘଟଣାଗ୍ରସ୍ତ ହେଉଛି ।
ବ୍ୟାରେଜ୍ ଗେଟ୍ ପରିଚାଳନାରେ ସାଙ୍ଘାତିକ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି। ଯାହା ଆକସ୍ମିକ ବନ୍ୟା ସ୍ଥିତି ସୃଷ୍ଟି କରିଥିବା ମଧ୍ୟ ଅଭିଯୋଗ କରାଯାଇଛି। ବାରମ୍ବାର ବନ୍ୟାକୁ ନେଇ ଏବେ କାଠଗଡ଼ାରେ ବୈତରଣୀ ପାୱାର ପ୍ରୋଜେକ୍ଟସ ପ୍ରାଇଭେଟ୍ ଲିମିଟେଡ୍ । ବନ୍ୟା ସମୟରେ ବେନିୟମ ଭାବେ ବ୍ୟାରେଜ୍ ଗେଟ୍ ଖୋଲିବା ଅଭିଯୋଗରେ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଜଳ ସମ୍ପଦ ବିଭାଗ ।
ରଖେ ହରି ମାରେ କିଏ। ଦୃଢ଼ ମନୋବଳ ଯୋଗୁଁ ମୃତ୍ୟୁ ବି ଆଜି ହାର ମାନିଛି। ସ୍କୁଲ ଗଲା ବେଳେ ସାଇକେଲରୁ ଗଳି ପଡ଼ିଲା ପଞ୍ଚମ ଛାତ୍ର। ପେଟରେ ପଶିଗଲା ଧାରୁଆ ପଦାର୍ଥ, ବାହାରି ପଡ଼ିଲା ଅନ୍ତବୁଜୁଳା। ଅନ୍ତବୁଜୁଳା ଧରି ଦେଢ଼ କିଲୋମିଟର ଘରକୁ ଦୌଡ଼ିଲା ବାଳକ। ଏଭଳି ଲୋମଟାଙ୍କୁଟା ଘଟଣା ଘଟିଛି ଗଂଜାମ ଜିଲ୍ଲା ଧରାକୋଟ ବ୍ଲକ ସାନ ଆଇଜିପଲି ଗାଁରେ।
ଲଗାଣ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ବନ୍ୟା ପରିସ୍ଥିତି। ଏହି ଅବସ୍ଥାରେ ଆବାସିକ ବିଦ୍ୟାଳୟରେ ପିଲାଙ୍କ ଦୁଃଖ କହିଲେ ନ ସରେ। ଆବାସିକ ବିଦ୍ୟାଳୟରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ୩ ଦିନ ଧରି ବନ୍ୟାଜଳ ଘେରରେ ଫସି ରହିଛନ୍ତି। ଖାଦ୍ୟ, ପାନୀୟ ଜଳ ପାଇଁ ପିଲାମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହୋଇ କାନ୍ଦି କାନ୍ଦି ନିଜ ଦୁଃଖ କହିଛନ୍ତି।
ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଛି ଭୟଙ୍କର ବନ୍ୟା। ତୁହାକୁ ତୁହା ଲଘୁଚାପ ଆସୁଥିବାବେଳେ ସୁଧୁରୁନି ବନ୍ୟା ସ୍ଥିତି। ବନ୍ୟା ଅଞ୍ଚଳରେ ଦେଖାଦେଇଛି ପିଇବା ପାଣିର ସମସ୍ୟା। ଖରସ୍ରୋତା, ବ୍ରାହ୍ମଣୀ, ଓ କାଣୀ ନଦୀରେ ବନ୍ୟା ଆସିବା ଫଳରେ ୩ଦିନ ହେଲା ପାଣିରେ ବୁଡି ରହିଛି ସବୁ ନଳକୂପ।